କୁଏତ ପାୱାର ପ୍ଲାଂଟ ଉପରେ ଇରାନର ଆକ୍ରମଣ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଜିକୁ ୩୧ଦିନରେ ଉପନୀତ ହୋଇଛି ।
ଏହି ସଂଘର୍ଷ ଯୋଗୁଁ ବହୁ ପରିମାଣର କ୍ଷତି ଓ ମୃତ୍ୟୁ ଘଟିଛି । ନା ଆମେରିକା ନା ଇସ୍ରାଏଲ କିମ୍ବା ନା ଇରାନ ଏହି କ୍ଷୟକ୍ଷତିକୁ ଅଟକାଉ ନାହାଁନ୍ତି ।
ଆଜି ଆମେରିକା-ଇସ୍ରାଏଲ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଇରାନ ମଧ୍ୟ ଆକ୍ରମଣକୁ ଜୋରଦାର କରିଥିବା ପରିଲକ୍ଷିତ ହୋଇଛି । ମଧ୍ୟପ୍ରାଚ୍ୟରେ ଫସି ରହିଥିବା କିମ୍ବା କାମ କରୁଥିବା ଭାରତୀୟମାନେ ଯୁଦ୍ଧ ଯୋଗୁଁ ସମସ୍ୟାରେ ପଡ଼ିଛନ୍ତି ।
କୁଏତର ଶକ୍ତି ଏବଂ ଜଳ ଡିସାଲିନେସନ୍ ପ୍ଲାଂଟ ଉପରେ ଇରାନ ପକ୍ଷରୁ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତୁ୍ୟ ଘଟିଥିବା ଜଣାପଡ଼ିଛି ।
କୁଏତର ବିଦ୍ୟୁତ୍, ଜଳ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟ ସୋମବାର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଉଲ୍ଲେଖ କରିଛି ଯେ ରବିବାର ସନ୍ଧ୍ୟାରେ ଇରାନ ପକ୍ଷରୁ କୁଏତର ଏକ ବିଦ୍ୟୁତ୍ ଓ ଜଳ ଡିସାଲିନେସନ୍ ପ୍ଲାଂଟ ଉପରେ ଇରାନ ପକ୍ଷରୁ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଛି ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଷର୍ଷରେ ଏହା ପ୍ରଥମ ଭାରତୀୟଙ୍କ ମୃତ୍ୟୁ ନୁହେଁ । ପୂର୍ବରୁ ଅନେକ ଭାରତୀୟ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।
ଗତ ଶୁକ୍ରବାର ଦିଲ୍ଲୀରେ ଏକ ଆନ୍ତଃ ମନ୍ତ୍ରଣାଳୟ ବିଫ୍ରିଂ ସମୟରେ ଉପସାଗରୀୟ ଦେଶଗୁଡ଼ିକର ଅତିରିକ୍ତ ସଚିବ ଅସୀମ ମହାଜନ କହିଥିଲେ ଯେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଉଭୟ ପକ୍ଷର ଆକ୍ରମଣ ମଧ୍ୟରେ ପୃଥକ ପୃଥକ ଘଟଣାରେ ସାତଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।
ଯାହାଦ୍ୱାରା ଭାରତୀୟ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।