ହର୍ମୁଜ ପ୍ରଣାଳୀ ମୁକ୍ତ ପାଇଁ ପ୍ରସ୍ତୁତ ମେରିନ କମାଣ୍ଡୋ
ଇରାନରେ ସ୍ଥଳ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତି ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ହର୍ମୁଜ ପ୍ରଣାଳୀ ଓ ଖାର୍ଜ ଦ୍ୱୀପ ଉପରେ ପ୍ରଚଣ ଆକ୍ରମଣ ପାଇଁ ପେଂଟାଗନ ପ୍ରସ୍ତୁତ ରହିଛି ।
ତେହେରାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାକୁ ହ୍ୱାଇଟ୍ ହାଉସର ଏହି ରଣନୀତି ପଶ୍ଚିମ ଏସିଆ ଯୁଦ୍ଧକୁ ନୂଆ ମୋଡ଼ ଦେଇଛି ।
ଯୁଦ୍ଧର ପଂଚମ ସପ୍ତାହରେ ଆମେରିକା ସାମରିକ ବିଭାଗ ପେଂଟାଗନ ଇରାନକୁ ବରବାଦ କରିବା ପାଇଁ ଅତି ବିପଦ୍ଜନକ ରଣନୀତିରେ ଅଗ୍ରସର ହେଉଛି । କେବଳ ଆକାଶମାର୍ଗରୁ ବୋମା ର୍ବଣ ନୁହେଁ, ସ୍ଥଳଭାଗରେ ମଧ୍ୟ ବ୍ୟାପକ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକାର ପ୍ରତିରକ୍ଷା ଅଧିକାରୀମାନେ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି ।
ଯୁଦ୍ଧର ଏହି ନୂତନ ପର୍ଯ୍ୟାୟ ପଶ୍ଚିମ ଏସିଆର ସ୍ଥିତିକୁ ଆହୁରି ଜଟିଳ କରିବାର ଆଶଙ୍କାର ଥିଲେ ମଧ୍ୟ ହ୍ୱାଇଟ୍ ହାଉସ ଏହାକୁ ସର୍ଜିକାଲ ଷ୍ଟ୍ରାଇକ୍ ପଦ୍ଧତିରେ ପରିଚାଳନା କରିବାକୁ ଲକ୍ଷ୍ୟ ରଖିଛି ।
ଅନ୍ୟପକ୍ଷରେ ଇରାନ ନିଜର ଅର୍ଥନୈତିକ ଓ ରଣନୈତିକ ଭିତିଭୂମିକୁ ରକ୍ଷା କରିବା ପାଇଁ ନିର୍ଣ୍ଣାୟକ ଯୁଦ୍ଦରେ ଅବତୀର୍ଣ୍ଣ ହେବ ବୋଲି ଘୋଷଣା କରିଛି । ଯଦି ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ ହୁଏ, ତେବେ କେବଳ ଇରାନ ନୁହେଁ, ସମଗ୍ର ବିଶ୍ୱର ତୈଳ ବଜାର ଓ ସାମରିକ ସମୀକରଣ ଦଳିଯିବ ବୋଲି କୁହାଯାଉଛି ।
ଆହେମରିକା ଯୋଜନାରେ ବିଶେଷ କରି ତିନିଟି ମୁଖ୍ୟ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଥମତଃ ହର୍ମୁଜ ଅଂଚଳରେ ଥିବା ଇରାନର ମିସାଇଲ ଓ ଡ୍ରୋନ ଘାଟିକୁ ଧ୍ୱଂସ କରିବା, ଦ୍ୱିତୀୟରେ ଇରାନର ପ୍ରମୁଖ ତୈ, ରପ୍ତାନୀ କେନ୍ଦ୍ର ଖାର୍ଗ ଦ୍ୱୀପକୁ କବ୍ଜା କରିବା ଓ ତୃତୀୟତଃ ଉପକୂଳବର୍ତୀ ଅଂଚଳରେ ସ୍ଥଳସେନା ଚଢ଼ଉ କରି ଶତ୍ରୁପକ୍ଷର ପ୍ରତିରକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବା ।
ଯାହାପାଇଁ ୩୫୦୦ ମେରିନ କମାଣ୍ଡୋ, ୮୨ତମ ଏୟାରବୋର୍ଣ୍ଣ ଡିଭିଜନର ୪ ହଜାର ପରାଟ୍ରୁପରଙ୍କୁ ସଜାଗ ରଖାଯାଇଛି ।
ଏହି ଯୋଜନା କାର୍ଯ୍ୟକାରୀ ହେଲେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୫୦ରୁ ୨୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି ।