ବିଧାନ ପରିଷଦରୁ ନୀତିଶଙ୍କ ଇସ୍ତଫା
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ।
ସଂପ୍ରତି ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସେ ଏବେ ଦିଲ୍ଲୀ ରାଜନୀତିରେ ଏକ ନୂତନ ଇନିଂସ ଆରମ୍ଭ କରିବେ । ନୀତିଶ କୁମାରଙ୍କ ଏହି ପଦକ୍ଷେପ ବିହାରରେ ନେତୃତ୍ୱ ପରିବର୍ତନର ଚିହ୍ନ ।
ତାଙ୍କ ଇସ୍ତଫା ପରେ, ନୂତନ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ ।
ଚାରିଟି ଗୃହର ସଦସ୍ୟ ହେବାର ଗୌରବ ଅର୍ଜନ କରିଥିବା ନୀତିଶ କୁମାରଙ୍କ ଏହି ନିଷ୍ପତି ରାଜ୍ୟର କ୍ଷମତା ଗଠନରେ ଏକ ବଡ଼ ପରିର୍ବତନର ସଂକେତ ଦିଏ ।