ଇରାନର ତେଲ ଓ ଖାର୍ଗ ଦ୍ୱୀପ ନେବାକୁ ଚାହେଁ : ଟ୍ରମ୍ପ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେବି ସରି ପାରିଲା ନାହିଁ । ଏହାର ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ କହିଛନ୍ତି ଯେ ସେ ଇରାନର ତେଲ ଓ ଦେଶର ମୁଖ୍ୟ ଇନ୍ଧନ କେନ୍ଦ୍ର ଖାର୍ଗ ଦ୍ୱୀପକୁ କବଜା କରିବାକୁ ଚାହାଁନ୍ତି ।
ରିପୋର୍ଟ ଅନୁଯାୟୀ ସେ କହିଛନ୍ତି ଯେ ସତ କହିବାକୁ ଗଲେ, ମୋର ପସନ୍ଦ କାମ ହେଉଛି ଇରାନରୁ ତେଲା ନେବା କିନ୍ତୁ ଆମେରିକାର କିଛି ମୁର୍ଖ ଲୋକ ଏହାକୁ କରାଇବାକୁ ଦେଉନାହାଁନ୍ତି । ସେ ଆହୁରି କହିଛନ୍ତି ଯେ ଏହି ଅଭିଯାନର ଅର୍ଥ ହେଉଛି ଇରାନଠାରୁ ଖାର୍ଜ ଦ୍ୱୀପକୁ ଆମେ ନେଇ ଯାଇପାରୁ ।
ଆମ୍ଭମାନଙ୍କ ନିକଟରେ ବହୁ ବିକଳ୍ପ ରହିଛି, ସେଥିପାଇଁ ଆମ୍ଭମାନଙ୍କୁ କିଛି ସମୟ ଖାର୍ଗ ଦ୍ୱୀପରେ ରହିବାକୁ ପଡ଼ିପାରେ । ଫଳରେ ଟ୍ରମ୍ପ ପ୍ରକୃତରେ କଣ କରିବାକୁ ଚାହୁଁଛନ୍ତି ସେ ନେଇ କିଛି ଜଣାପଡ଼ୁନାହିଁ । ଖାର୍ଗ ଦ୍ୱୀପରେ ଇରାନର ପ୍ରତିରକ୍ଷା ପ୍ରସ୍ତୁତି ସମ୍ବନ୍ଧୀୟ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ମୁଁ ଭାବୁନାହିଁ ଯେ ସେମାନଙ୍କର କୌଣସି ପ୍ରତିରକ୍ଷା ରହିଛି, ଆମ୍ଭେ ଏହାକୁ ବହୁ ସହଜରେ ନେଇପାରିବୁ ।
ରାଷ୍ଟ୍ରପତି ଟ୍ରମ୍ପଙ୍କ ମନ୍ତବ୍ୟ ଏପରି ଆସିଛି, ଯେତେବେଳେ ୩,୫୦୦ ଆମେରିକୀୟ ସୈନ୍ୟ ମଧ୍ୟପ୍ରାଚ୍ୟରେ ପହଂଚିଛନ୍ତି । ଆମେରିକୀୟ ସୈନ୍ୟ ଇରାନ ଭିତରକୁ ପ୍ରବେଶ କରିପାରନ୍ତି ବୋଲି ଆଶଙ୍କା ବୃଦ୍ଧି ପାଇଛି ।
ରିପୋର୍ଟ ଅନୁସାରେ ଟ୍ରମ୍ପ କହିଛନ୍ତି ଯେ ପାକସ୍ତାନୀ ଦୂତ ମାଧ୍ୟମରେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଆଲୋଚନା ଭଲ ଭାବରେ ଚାଲିଛି । କିନ୍ତୁ ଶୀଘ୍ର ଯୁଦ୍ଧବିରତିୀ ଚୁକ୍ତିନାମା ହୋଇପାରିବ କି ନାହିଁ, ସେ ବିଷୟରେ କୌଣସି ମନ୍ତବ୍ୟ ଦେବାକୁ ଟ୍ରମ୍ପ ମନା କରି ଦେଇଛନ୍ତି ।
ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ ବାର୍ତାଳାପ କରି ଟ୍ରମ୍ପ କହିଛନ୍ତି ଯେ ଆମେରିକା-ଇସ୍ରାଏଲ ଯୁଦ୍ଧ ଇରାନରେ ଶାସନ ପରିବର୍ତନ ଆଣିଛି । ତେଣୁ ମନେ କରୁଛି ଯେ ଆମ୍ଭେ ସେମାନଙ୍କ ସହ ଏକ ଚୁକ୍ତି କରିବୁ, ଏ ନେଇ ସମ୍ପୂର୍ଣ୍ଣ ନିଶ୍ଚିତ ।
କିନ୍ତୁ ଆମ ଯୁଦ୍ଧ ଯୋଗୁଁ ସେଠାରେ ଶାସନ ପରିବର୍ତନ ହୋଇଛି । ଇରାନର ଏବେକାର ଶାସକ ଦଳ ସମ୍ପୂର୍ଣ୍ଣ ଭିନ୍ନ ଗୋଷ୍ଠ, ତେଣୁ ଏହାକୁ ମୁଁ ଶାସନ ପରିବର୍ତନ ବୋଲି ବିବେଚନା କରୁଛି ।