ପଶ୍ଚିମବଙ୍ଗ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ
ବାଦ ପଡ଼ିଲେ ୯୦ଲକ୍ଷରୁ ଅଧିକ ଲୋକ
ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଭୋଟର ତାଲିକା ସମ୍ପର୍କରେ ଏକ ଅପଡେଟ ସାଧାରଣଙ୍କ ସମ୍ମୁଖକୁ ଆସିଛି ।
ନିର୍ବାଚନ କମିସନ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅଧୀନରେ ଏକ ନୂତନ ଭୋଟର ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ସମଗ୍ର ରାଜ୍ୟରୁ ୯୦ଲକ୍ଷରୁ ଅଧିକ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଛି । ରିପୋର୍ଟ ଅନୁସାରେ ଏକ ସ୍ୱଚ୍ଛ ଏବଂ ସଠିକ ଭୋଟର ତାଲିକା ସୁନିଶ୍ଚିତ କରିବା ପାଇଁ ନିର୍ବାଚନ କମିସନ ଏଭଳି ପଦକ୍ଷେପ ନେଇଛନ୍ତି ।
ଏହି ପ୍ରକ୍ରିୟାରେ ମୃତ ଓ ନକଲି ଭୋଟର କିମ୍ବା ସେମାନଙ୍କ ଠିକଣାରୁ ସ୍ଥାନାନ୍ତରିତ ହୋଇଥିବା ନାମ ବାଦ ଦିଆଯାଇଛି । ସ୍ୱଚ୍ଛତା ବୃଦ୍ଧି ପାଇଁ ନିର୍ବାଚନ କମିଶନ ଜିଲାଭିତିକ ତଥ୍ୟ ମଧ୍ୟ ସାର୍ବଜନୀନ କରିଛନ୍ତି । ଯାହାଦ୍ୱାରା ଭୋଟରମାନେ ସେମାନଙ୍କ ଜିଲା ଅନୁସାରେ ତାଲିକାରେ ସହଜରେ ସେମାନଙ୍କ ନାମ ଯାଂଚ କରିପାରିବେ ।
ସମ୍ପୂର୍ଣ୍ଣ ତାଲିକା ସରକାରୀ ପୋର୍ଟଲରେ ଉପଲବ୍ଧ କରାଯାଇଛି, ଯେଉଁଥିରେ ନାଗରିକମାନେ ସେମାନଙ୍କ ନାମ ଯାଂଚ କରିପାରିବେ ।
ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ଯେ ମୋଟ ୬,୦୦୬,୬୭୫ ଭୋଟରଙ୍କ ଯାଂଚ କରାଯାଇଛି । ଯେଉଁଥିରୁ ୨,୭୧୬,୩୯୩ଜଣଙ୍କ ନାମ ବାଦ ଦିଆଯାଇଛି । ଯାହାକି ୯୦ଲକ୍ଷରୁ ଅଧିକ ନାମ ବାଦ୍ ପଡ଼ିଛି ।
କୁଚବିହାର, ଉତର ଦିନାଜପୁର, ମାଲଦହ, ମୁର୍ଶିଦାବାଦ, ନଦିଆ, ଉତର ଓ ଦକ୍ଷିଣ ପ୍ରଗଣାରେ ଅଧିକ ସଂଖ୍ୟକଙ୍କ ନାମ ବାଦ ଦିଆଯାଛି ।