ଏଟିଏମ ଓ ୟୁପିଆଇ ମାଧ୍ୟମରେ ଉଠାଇହେବ ପିଏଫ୍ ଟଙ୍କା!
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ) ତାର ଲକ୍ଷଲକ୍ଷ ଆକାଉଂଟଧାରୀଙ୍କ ପାଇଁ ଏକ ବଡ଼ ପରିବର୍ତନ ଆଣୁଥିବା ଜଣାପଡ଼ିଛି ।
ଯାହାଦ୍ୱାରା ପିଏଫ ପାଣ୍ଠି ଉଠାଇବା ପୂର୍ବ ଅପେକ୍ଷା ସହଜ ହେବ । ପିଏଫ ଜମା ଉଠାଇବା ପାଇଁ ଆଉ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ନୂତନ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ, ଯୋଗ୍ୟ କର୍ମଚାରୀମାନେ ଏବେ ଜରୁରୀକାଳୀନ ପରିସ୍ଥିତିରେ ଏଟିଏମ କାର୍ଡ କିମ୍ବା ୟୁପିଆଇ ବ୍ୟବହାର କରି ସିଧାସଳଖ ସେମାନଙ୍କ ପିଏଫ ଆକାଉଂଟରୁ ଟଙ୍କା ଉଠାଇପାରିବେ ।
ଅସୁସ୍ଥତା, ବିବାହ କମ୍ବା ପିଲାମାନଙ୍କ ଶିକ୍ଷା ଭଳି ଆବଶ୍ୟକତା ସମୟରେ ହିତାଧିକାରୀମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ଏହାର ମୁଖ୍ୟ ଉଦେ୍ଦଶ୍ୟ ।
ପୂର୍ବରୁ ଅନଲାଇନ କ୍ଲେମ ଫର୍ମ ଦାଖଲ କରିବା ପରେ ମଧ୍ୟ ପିଏଫ ପାଣ୍ଠିରୁ ଟଙ୍କା ଉଠାଣ ପାଇଁ ୭ରୁ ୧୭ଦିନ ସମୟ ଲାଗୁଥିଲା । ବର୍ତମାନ କିନ୍ତୁ ଇପିଏଫଓ ଏହି ସୁବିଧାକୁ ଡିଜିଟାଲ ବ୍ୟାକିଂ ସହିତ ସଂଯୁକ୍ତ କରିଛି । ଏହି ନୂତନ ସୁବିଧା କିପରି କାମ କରିବ ସେ ସମ୍ବନ୍ଧରେ ଜଣାପଡ଼ିଛି ଯେ ଏହାର ଆବଶ୍ୟକତା ଏବଂ ଆପଣ ଏକାଥରକେ କେତେ ସର୍ବାଧିକ ଟଙ୍କା ଉଠାଇ ପାରିବେ ।
ଏଟିଏମ ଏବଂ ୟୁପାଇ ମାଧ୍ୟମରେ କିପରି ଟଙ୍କା ଉଠାଣ କରିବେ – ଇପିଏଫଓ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ ଏବଂ କାଗଜବିହୀନ କରିଛି ।
ଏହି ସୁବିଧା ମୁଖ୍ୟତଃ ଉମଙ୍ଗ ଆପ ଏବଂ ନୂତନ ଇପିଏଫ୍ଓ ୩.୦ ପୋର୍ଟାଲ ମାଧ୍ୟମରେ ଉପଲବ୍ଧ ହେବ । ଆପଣଙ୍କର ୟୁଏଏନ ନମ୍ବର ଆପଣଙ୍କର ଆଧାର ଏବଂ ଏଟିଏମ୍ରେ ଆପଣ ବ୍ୟବହାର କରୁଥିବା ବ୍ୟାଭ୍କ ଆକାଉଂଟ ସହିତ ଲିଙ୍କ ହୋଇଥିବା ଆବଶ୍ୟକ ।
ଅନୁରୋଧ ଦାଖଲ କରିବା ପରେ ସଫ୍ଟୱେର ଏହାକୁ ସ୍ୱୟଂ-ଯାଂଚ କରିବା ଏବଂ କିଛି ମିନିଟ୍ ମଧ୍ୟରେ ଆପଣଙ୍କ ଲିଙ୍କ ହୋଇଥିବା ଆକାଉଂଟରେ ଟଙ୍କା ଜମା ହୋଇଯିବ ।