ବିଶ୍ୱ ଛେନାପୋଡ଼ ଦିବସ ପାଳିତ
ଶନିବାର ବିଶ୍ୱ ଛେନାପୋଡ଼ ଦିବସ ପାଳନ କରାଯାଇଛି ।
ଏପ୍ରିଲ ୧୧ ତାରିଖ ଅର୍ଥାତ ଆଜିର ଦିନର ଓଡ଼ିଶାର ବିଭିନ୍ନ ସଂଗଠନ ତରଫରୁ ଧୂମଧାମରେ ଏହି ଦିବସ ପାଳନ କରାଯାଇଛି ।
ଏହି ଛେନାପୋଡ଼ର ସ୍ରଷ୍ଟା ସୁଦର୍ଶନ ସାହୁଙ୍କ ଜନ୍ମଦିନକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ନୟାଗଡ଼ ଜିଲା ଦଶପଲ୍ଲାର ସୁଦର୍ଶନ ସାହୁ ନାମକ ଜଣେ ଦୋକାନୀ ୧୯୪୭ ମସିହା ପୂର୍ବରୁ ଛେନାପୋଡ଼ ପ୍ରସ୍ତୁତ କରୁଥିବା ବିଭିନ୍ନ ମହଲରେ ଆଲୋଚନା ହୁଏ ।
ତେଣୁ ତାଙ୍କୁ ସ୍ରଷ୍ଟା ମନେକରି ତାଙ୍କର ଜନ୍ମଦିନକୁ କେବଳ ରାଜ୍ୟ ନୁହେଁ ସମଗ୍ର ଦେଶରେ ଏପ୍ରିଲ ୧୧ତାରିଖ ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି ।
ତେବେ ଏହି ସୁସ୍ୱାଦୁ ଖାଦ୍ୟ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଦାବି କରାଯାଉଥିଲେ ସୁଦ୍ଦା ଏଥିରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
କଟକ, ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ସଂଗଠନ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା । ଅନେକ ସ୍ଥାନରେ ଛେନାପୋଡ଼ ସାଧାରଣରେ ବଂଟନ କରାଯାଇଥିଲା ।