୪୦ଡିଗ୍ରୀ ଉପରେ ୧୧ ସହର
ସମଗ୍ର ରାଜ୍ୟରେ ପୁଣିଥରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି ।
କାଳବୈଶାଖୀ ପ୍ରଭାବ ରହୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ବୌଦ୍ଧରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨୯ଡିଗ୍ରୀ ରେକର୍ଡ ହୋଇଛି ।
ଏହା ବ୍ୟତୀତ ଅନୁଗୁଳ ଓ ସୁବର୍ଣ୍ଣପୁରରେ ୪୨.୧ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୪୧.୪ଡିଗ୍ରୀ, ସମ୍ବଲପୁର ଓ ତାଳଚେରରେ ୪୧ଡିଗ୍ରୀ, ହୀରାକୁଦରେ ୪୦.୫ଡିଗ୍ରୀ, ନୟାଗଡ଼ରେ ୪୦.୪ଡିଗ୍ରୀ, ବଲାଙ୍ଗୀରରେ ୪୦.୨ଡିଗ୍ରୀ ଓ ଟିଟିଲାଗଡ଼ରେ ୪୦ଡିଗ୍ରୀ ତାପମାତ୍ରା ଥିଲା । ଅଧିକାଂଶ ସହରର ତାପମାତ୍ରା ୩୭ରୁ ୩୯ଡିଗ୍ରୀ ମଧ୍ୟରେ ସୀମିତ ରହିଥିଲା ।
ଆସନ୍ତା ୫ଦିନ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବାର ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖ ବେଳକୁ ବଲାଙ୍ଗୀର, ଟିଟିଲାଗଡ଼, ଝାରସୁଗୁଡ଼ା, ସମ୍ବଲପୁର ପରି ସହରର ତାପମାତ୍ରା ୪୪ଡିଗ୍ରୀ ଛୁଇଁପାରେ । ଏହି ସମୟରେ ଉପକୂଳ ଓଡ଼ିଶାରେ ପାରଦ ୪୨ଡିଗ୍ରୀ ପହଂଚିବା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ସେହିପରି ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗି ରହିବ । ବିଶେଷକରି ଉତର ଓ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଅଧିକ ରହିବ । ବିଜୁଳି, ଘଡ଼ଘଡି ସହ ଘଂଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ହେବାର ସମ୍ଭାବନା ରହିଛି ।