୨୦ରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ
ବହୁ ପ୍ରତୀକ୍ଷିତ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆସନ୍ତା ୨୦ ତାରିଖ ଦିନ ପ୍ରକାଶ ପାଇବ ।
ଏଥି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ।
ପିଲାମାନେ ସିଏଚଏସଇର ୱେବସାଇଟ or www.issaresults.nic.in ମାଧ୍ୟମରେ ପରୀକ୍ଷା ଫଳ ଦେଖିପାରିବେ ।
ସୂଚନାଯୋଗ୍ୟ ଚଳିତବର୍ଷ ପ୍ରାୟ ୪ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଦେଇଥିଲେ ।
ଏବେ ପରୀକ୍ଷା ଫଳ ପ୍ରକାଶନ ନେଇ ତାରିଖ ଘୋଷଣା ହେଲା ପରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଘରୋଇ ବିଦ୍ୟାଳୟର ମାଲିକମାନଙ୍କ ଚିନ୍ତା ବଢ଼ିଯାଇଥିବା ପରିଲକ୍ଷିତ ହୋଇଛି ।