୨୬ ଜୁଆଡ଼ି ଗିରଫ, ୧୧ଲକ୍ଷ ଟଙ୍କା ଜବତ
ଜୁଆ ଆଡ୍ଡାରେ ସୁନ୍ଦରଗଡ଼ ପୁଲିସର ବଡ଼ ଚଢ଼ଉ ହୋଇଛି । ଗତକାଲି ବିଳମ୍ବିତ ରାତ୍ରିରେ ହେମଗିର ଥାନା ଓଡ଼ିଶା-ଛଡ଼ିଶଗଡ଼ ସୀମାନ୍ତ ଜାମଝରିଆ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ଉ କରି ପୁଲିସ ୨୬ ଅଭିଯୁକ୍ତଙ୍କୁ କାବୁ କରିଛି ।
ସେମାନଙ୍କଠାରୁ ୩ଟି ଦାମୀ କାର (ସିଜି ୧୧ ଏକେ ୫୭୬୮, ସିଜି ୧୦ ସିସି ୫୦୩୧, ସିଜି ୧୩ ବିଏ ୭୦୫୮) ଓ ୯ଟି ବାଇକ ସହ ୩୧ଟି ମୋବାଇଲ ଜବତ କରିଛି । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଆଜି ସୁନ୍ଦରଗଡ଼ ଜିଲା ପୁଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଅମିତପାଲ କୌର ଚଢ଼ଉ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
ଜାମଝରିଆ ଜଙ୍ଗଲରେ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ପୁଲିସକୁ ସୂଚନା ମିଳିଥିଲା ।
ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ କୌରଙ୍କ ନିର୍ଦେଶରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶାନ୍ତ ନୂତନ ସାମ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ହେମଗିର ପୁଲିସ ବ ରାତିରେ ଚଢ଼ଉ କରିଥିଲେ ।
ପୁଲିସ ଦେଖି କିଛି ଜୁଆ ଖେଳାଳି ଦୌଡ଼ି ପଳାଇଥିବାବେଳେ ୨୬ଜଣଙ୍କୁ ପୁଲିସ ଗୋଡାଇ ଗୋଡାଇ ଧରିଥିଲା ।