ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ : ୨୧ ମୃତ
ମୃତକଙ୍କ ମଧ୍ୟରେ ଅଧିକାଂଶ ବିଦେଶୀ
ବୁଧବାର ଦିଲ୍ଲୀର ମାଲଭୀୟନଗରରେ ଥିବା ହୋଟେଲର ରେଷ୍ଟୁରାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୧ ଜଣଙ୍କ ମୃତ୍ୟୁ ଘଟିଛି ।
ଏବେ ମଧ୍ୟ ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୭ରୁ ୮ ଜଣଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ରହିଛି ।
ଆଜି ଦିଲ୍ଲୀର ଏକ ହୋଟେଲରେ ତଳୁ ଉପର ମହଲାକୁ ନିଅାଁ ଲାଗି ଯାଇଥିଲା ।
ଏହି ହୋଟେଲର ବେସମେଂଟରେ ରେଷ୍ଟୁରାଁ ଥିଲା । ଏହି ରେଷ୍ଟୁରାଁରୁ ପ୍ରଥମେ ନିଅାଁ
ଲାଗି ପରେ ଏହା ଉପର ମହଲାକୁ ବ୍ୟାପୀ ଥିଲା । ଉକ୍ତ ରେଷ୍ଟୁରାଁରେ ଲଜ୍ ବ୍ୟବସ୍ଥା ଥିବାରୁ ୨୫ଟି ରୁମ ଥିଲା ।
ହୋଟେଲରେ ଥିବା ଲୋକେ ମଧ୍ୟ ପ୍ରାଣ ବଂଚାଇବାକୁ ଏଣେତେଣେ ଦୌଡ଼ିଥିଲେ ।
ତେବେ ନିଅାଁ ଲାଗିବା ସମୟରେ କିଛି ଲୋକ ପ୍ରାଣ ବିକଳରେ ତଳକୁ ଡେଇଁ ପଡ଼ି ଆହତ ହୋଇଛନ୍ତି ।
ଏହି ଅଗ୍ନିକାଣ୍ଡରେ ୪୦ରୁ ଅଧିକ ଗୁରୁତର ହୋଇଛନ୍ତି ।
ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି ।
ପାଖରେ ଏକ ହସ୍ପିଟାଲ ଥିବାରୁ କେତେକ ଆଟେଣ୍ଡାଂଟ ଏହି ହୋଟେଲରେ ରହୁଥିଲେ ।
ଏମାନଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ଥିବା ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଅଧିକାଂଶ ବିଦେଶୀ ।
ତେବେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି ।