କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା
୨୭ ଜଣଙ୍କୁ ବଦଳି, ଏଚଆରପିସି କରିବ ତଦନ୍ତ
ବ୍ରହ୍ମପୁରର କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଗୃହ ବିଭାଗ ଆକ୍ସନମୋଡକୁ ଆସିଛି ।
ଏହି ମାମଲାରେ ୨୭ ଜଣଙ୍କୁ ବଦଳି କରାଯାଇଛି ।
ଦକ୍ଷିଣାଂଚଳ ଆଇଜିଙ୍କ ନିର୍ଦେଶ ପରେ ସବୁ କର୍ମଚାରୀଙ୍କୁ ବଦଳି କରାଯାଇଛି ।
ସୂଚନାଥାଉ କି, କବିସୂର୍ଯ୍ୟନଗର ଥାନାଧିକାରୀ ଗତ ମେ ୨୫ ତାରିଖରେ ସୁଶାନ୍ତ ସାହୁ ନାମକ ଜଣେ ଦିବ୍ୟାଙ୍ଗଙ୍କୁ ଉଠାଇ ଆଣିଥିଲେ ।
ପରେ ତାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହ ମାଡ଼ ମାରି ଥାର୍ଡ ଡିଗ୍ରୀ ଯନ୍ତ୍ରଣା ଦେଇଥିଲେ ।
ଏଥିରେ ସୁଶାନ୍ତ ଗୁରୁତର ହେବାରୁ ଥାନାଧିକାରୀ ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ ।
ତେବେ ଗୁରୁତର ସୁଶାନ୍ତଙ୍କୁ ଚିକିତ୍ସା ନିମନ୍ତେ ପରିବାର ଲୋକେ ବ୍ରହ୍ୱପୁର ମେଡିକାଲରେ ଭର୍ତି କରିଥିବାବେଳୋ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ଦେଖାଦେଇଥିଲା ।
ମୃତକ ସୁଶାନ୍ତଙ୍କ ପରିବାର ଓ ଗ୍ରାମବାସୀ କବିସୂର୍ଯ୍ୟନରଗର ଥାନାଧିକାରୀଙ୍କୁ ଏଥିପାଇଁ ଦାୟୀ କରି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରୋକ କରିଥିଲେ ।
ପରେ ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରକାଶ ଓ ପ୍ରଚାର ହେବା ପରେ ଏହି ଘଟଣା ଗୃହ ମନ୍ତ୍ରଣାଳୟ ଆକ୍ସନମୋଡକୁ ଆସିଛି ଏବଂ ଉକ୍ତ ଥାନାର ସମସ୍ତ ଅଧିକାରୀ ଓ କମର୍ଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।
ଏହି ଘଟଣାର ଏଚଆରପିସି ତଦନ୍ତ କରିବ ବୋଲି ଡିଜି କହିଛନ୍ତି ।