ଦିଲ୍ଲୀ ଅଗ୍ନିକାଣ୍ଡ : ମୃତ ଓ ଆହତଙ୍କୁ ସହାୟତା ରାଶି ଘୋଷଣା
ଦିଲ୍ଲୀ ମାଲବ୍ୟ ନଗରରେ ଘଟିଥିବା ରେସ୍ତୋରାଁ ଅଗ୍ନିକାଣ୍ଡ ଅଘଟଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
ଆହତଙ୍କ ପାଇଁ ୫୦ହଜାର ଟଙ୍କା ଲେଖାଁଏ ସହାୟତା ରାଶି ଘୋଷଣା କରିଛନ୍ତି ।
ଏହି ଘଟଣାରେ ମୃତକଙ୍କ ମଧ୍ୟରେ ଅଧିକ ବିଦେଶୀ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ବେସମେଂଟରେ ଚାଲୁଥିଲା ରେସ୍ତୋରାଁ । ତଳ ମହଲାରୁ ଉପର ମହଲାକୁ ନିଆଁ ଖୁବ ଜୋରରେ ବ୍ୟାପି ଯାଇଥିଲା । ଏଥିରେ ଏଯାଏଁ ୨୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକେ ଆହତ ହୋଇଛନ୍ତି ।
ସନ୍ଧ୍ୟା ପର୍ଯ୍ୟନ୍ତ ୨୧ଜଣଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ଏହି ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।