କୁଏତ, ବାହାରିନ ଉପରେ ଇରାନର ଆକ୍ରମଣ
ଆମେରିକା ଉପରେ ପ୍ରତିଶୋଧ ନେବାକୁ ଯାଇ ଇରାନ ବୁଧବାର ସକାଳେ କୁଏତ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଦ୍ୱାରା ଆକ୍ରମଣ କରିଛି ।
କୁଏତ ସାମରିକ ବାହିନୀ କହିଛି ଯେ ଏହାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ବାଧା ଦେଉଛି । ସ୍ଥାନୀୟ ବାସିନ୍ଦାମାନେ ଜୋରଦାର ବିସ୍ଫୋରଣ ଶୁଣିଥିବା କଥା କହିଛନ୍ତି । ଏହାର ପ୍ରାରମ୍ଭିକ ବିବୃତିରେ କୁଏତ ସେନାର ଜେନେରାଲ ଷ୍ଟାଫ କହିଛନ୍ତି ଯେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଶତ୍ରୁପକ୍ଷର କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ବାଧା ଦେଉଛି ।
ସେମାନେ ଏହା ମଧ୍ୟ କହିଛନ୍ତି ଯେ ଏହି ଆକ୍ରମଣଗୁଡ଼ିକୁ ବାଧା ଦେବାଦ୍ୱାରା ବିସ୍ଫୋରଣ ହୋଇଥିଲା । କୁଏତ ଆକ୍ରମଣର ସ୍ଥାନ ପ୍ରକାଶ କରିନାହିଁ, କିନ୍ତୁ ଇରାନୀ ଗଣମାଧ୍ୟମ ସଂପ୍ରତି ରିପୋର୍ଟ କରିଛି ଯେ କୁଏତର ଏକ ଦ୍ୱୀପ ଅଂଚଳରେ ବିସ୍ଫୋରଣ ଶୁଣାଯାଇଥିଲା । ଇରାନର ସରକାରୀ ପ୍ରସାରଣକାରୀ ସଂସ୍ଥା ଆଇାରଆରଇବି ଦାବି କରିଛି ଯେ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକୁ ଟାର୍ଗେଟ କରାଯାଇଥିଲା ।
ଆନ୍ତର୍ଜାତୀୟ ସୀମା ସୁରକ୍ଷା ବାହିନୀ ଏହି ଆକ୍ରମଣକୁ ପାରସ୍ୟ ଉପସାଗର, ହର୍ମୁଜ ପ୍ରଣାଳୀ ଏବଂ କ୍ୱେଶମ ଦ୍ୱୀପରେ ଆମେରିକାର ଶତ୍ରୁତାପୂର୍ଣ୍ଣ କାର୍ଯ୍ୟର ଜବାବ ବୋଲି କହିଛି । ସରାକରୀ ଟିଭି ରିପୋର୍ଟ କରିଛି ଯେ କୁଏତରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଛି, ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି ଯେ ଇରାନର ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣକୁ ପଣ୍ଡ କରାଯାଇଛି ।
ବାହାରିନର ଗୃହ ମନ୍ତ୍ରଣାଳୟ ମଧ୍ୟ ଏକ ସତର୍କତା ସାଇରନ ବାଜିବା ବିଷୟରେ ରିପୋର୍ଟ କରିଛି ।
ଗୃହ ମନ୍ତ୍ରଣାଳୟ କହିଛି ଯେ ବୁଧବାର ଏକ ସତର୍କତା ସାଇରନ ବାଜିଥିଲା, ଯେଉଁଥିରେ ନାଗରିକ ଏବଂ ବାସିନ୍ଦାଙ୍କୁ ଶାନ୍ତ ରହିବା ଏବଂ ସରକାରୀ ସୁରକ୍ଷା ନିର୍ଦେଶ ପାଳନ କରିବା ଏବଂ ନିକଟବର୍ତୀ ସୁରକ୍ଷିତ ସ୍ଥାନକୁ ଯିବାକୁ ଅନୁରୋଧ କରାଯାଇଥିଲା ।