ସୌମ୍ୟ ହତ୍ୟା ଘଟଣା: ଷଡ଼ଯନ୍ତ୍ର ପଛରେ କିଏ ?
ଏନଏଚଆରସିଙ୍କ ନିକଟରେ ସୌମ୍ୟଙ୍କ ବାନ୍ଧବୀ ହାଜର
ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରୁ ଏବେ ଗୋଟିଏ ପରେ ଗୋଟିଏ ପର୍ଦ୍ଦା ଉଠିବାରେ ଲାଗିଛି ।
ପୁଲିସ ଏହା ପଛରେ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିବାର ଟେର ପାଇଛି । ତେବେ ଏହି ଷଡ଼ଯନ୍ତ୍ର ପଛରେ କିଏ ତାହା ଦେଖିବା ବାକି ରହିଲା ।
ଏହି ଘଟଣାରେ ଗୁରୁବାର ଏନଏଚଆରସିଙ୍କ ନିକଟରେ ହାଜର ହୋଇଛନ୍ତି ସୌମ୍ୟରଞ୍ଜନଙ୍କ ବାନ୍ଧବୀ ।
ଏଥିସହିତ ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ଡିଏସପି ରତ୍ନପ୍ରଭା ଶତପଥୀ ମଧ ହାଜର ହୋଇଛନ୍ତି ।
ଗୁରୁବାର ଏନଏଚଆରସିଙ୍କ ନିକଟରେ ହାଜର ହୋଇଥିବା ସୌମ୍ୟଙ୍କ ବାନ୍ଧବୀଙ୍କ ଠାରୁ ଅନେକ ତଥ୍ୟ ଜଣାପଡ଼ିଛି ।
ଏଥିସହ ଏହି ମାମଲାର ତଦନ୍ତ କରୁଥିବା ଜୋନ-୪ ଏସପି ଅଭିମନୁ୍ୟ ନାୟକଙ୍କୁ ମଧ୍ୟ ମାନ୍ୟବର ଏନଏଚଆରସି ପଚରାଉଚୁରା କରିଛନ୍ତି ।
ତେବେ ଆଗକୁ ଏହି ମାମଲାରେ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ମଧ୍ୟ ଜେରା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।