ଫ୍ରେନଚ ଓପନ : ମହିଳା ଫାଇନାଲରେ ଆନ୍ଦ୍ରିଭା-ଚ୍ୱାଲିନସ୍କା
ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଂଟ ଫ୍ରେନଚ ଓପନର ମହିଳା ସିଙ୍ଗଲସ ଫାଇନାଲରେ ଶନିବାର ୮ମ ସିଡ ମିରା ଆନ୍ଦ୍ରିଭା ଓ ଅଣସିଡେଡ ମାୟା ଚ୍ୱାଲିନସ୍କାଙ୍କ ମଧ୍ୟରେ ମୁକାବିଲା ହେବ ।
ପୋଲାଣ୍ଡର ମାୟା ଚ୍ୱାଲିନସ୍କା ଫ୍ରେନଚ ଓପନ ଇତିହାସରେ ପ୍ରଥମ ଯୋଗ୍ୟତା ହାସଲକାରୀ ଖେଳାଳି ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ।
ବିଶ୍ୱର ୧୧୪ନଂ ସ୍ଥାନରେ ଥିବା ଚ୍ୱାଲିନସ୍କା ଗୁରୁବାର ସେମିଫାଇନାଲରେ ୨୫ନଂ ସିଡ ରୁଷିଆର ଡାଏନା ସ୍ନାଇଡରଙ୍କୁ ୭-୬, ୬-୨ ସେଟରେ ପରାସ୍ତ କରିଛନ୍ତି । ଫଳରେ ୨୪ବର୍ଷ ବୟସ୍କା ଚ୍ୱାଲିନସ୍କାଙ୍କ ମୁକାବିଲା କରିବେ ରୁଷିଆର ମିରା ଆନ୍ଦ୍ରିଭା ।
ସେମିଫାଇନାଲରେ ୮ମ ସିଡ ଆନ୍ଦ୍ରିଭା ସହଜରେ ୬-୧, ୬-୩ ସେଟରେ ୧୫ନଂ ସିଡ ୟୁକେନର ମାର୍ତା କୋସ୍ତୁ୍ୟକଙ୍କୁ ପରାସ୍ତ କରିଛନ୍ତି ।
୧୯ ବର୍ଷ ବୟସ୍କା ଆନ୍ଦ୍ରିଭା ୨୦୨୪ରେ ଏଠାରେ ସେମିଫାଇନାଲ ଖେଳିଥିଲେ । ମିରା ଆନ୍ଦ୍ରିଭା ପ୍ରଥମଥର ଫ୍ରେନଚ ଓପନର ଫାଇନାଲ ଖେଳିବେ ।