ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳ ଘୋଷିତ
ସୂର୍ଯ୍ୟବଂଶୀ ଇନ, ସୂର୍ଯ୍ୟକୁମାର ଆଉଟ
ଇଂଲଣ୍ଡ ଓ ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳର ଆଜି ଘୋଷଣା ହୋଇଛି । ଏଥିରେ ନୂତନ ମୁହଁ ଭାବେ ଆଇପିଏଲ-୨୦୨୬ର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଓ ଶୃଙ୍ଖଳିତ ବୋଲିଂ କରି ୱିକେଟ୍ ନେଇପାରିଥିବା ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ସାମିଲ କରାଯାଇଛି । ବିଶେଷ କରି ୧୯ ବର୍ଷରୁ କମ୍ ଦଳରେ ଏବଂ ନିକଟରେ ପରିସମାପ୍ତ ହୋଇଥିବା ଆଇପିଏଲ-୨୦୨୬ରେ ତାଙ୍କର ଦମ୍ଦାର ପ୍ରଦର୍ଶନ ଚୟନକର୍ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଛି । ସେ ଯେତେବେଳେ ସୁଯୋଗ ପାଇଛନ୍ତି ତା’ର ସଦୁପଯୋଗ କରି ଭରପୁର ପ୍ରତିଭା ଦେଖାଇଛନ୍ତି ବୋଲି ଭାରତୀୟ ଚନୟନକର୍ତା ଦଳର ଅଜିତ ଅଗରକର କହିଛନ୍ତି । ଏଣୁ ତାଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ଭାବେ ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ମଧ୍ୟରେ ଦଳରେ ସ୍ଥାନ ମିଳିଛି । ଉଭୟ ଗସ୍ତ ପାଇଁ ଅଲ୍ରାଉଣ୍ଡର ତିଲକ ବର୍ମାଙ୍କୁ ଉପଅଧିନାୟକ କରାଯାଇଛି ।
ଘୋଷିତ ଦଳ : ଶ୍ରେୟସ ଆୟାର (ଅଧିନାୟକ), ତିଲକ ବର୍ମା (ଉପଅଧିନାୟକ), ସଞ୍ଜୁ ସାମସନ, ଇଶାନ କିଷନ (ୱିକେଟ କିପର), ବୈଭବ ସୂର୍ଯ୍ୟବଂଶୀ, ଅଭିଷେଶ ଶର୍ମା, ଶିବମ ଦୁବେ, ନୀତିଶ ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ,ୁ ହର୍ଷିତ ରାଣା, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ, ବରୁଣ ଚକ୍ରବର୍ତୀ, ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିଛି ।