ସୁଭାଷ କାଶ୍ୟପଙ୍କ ପରଲୋକ
ଭାରତୀୟ ସମ୍ବିଧାନ ଏବଂ ସଂସଦନୀୟ ବ୍ୟବସ୍ଥାର ଜଣେ ଜ୍ଞାନକୋଷ ଭାବେ ଚଚ୍ଚିତ ତଥା ବିଶିଷ୍ଟ ସମ୍ବିଧାନ ବିଶେଷଜ୍ଞ ଡକ୍ଟର ସୁଭାଷ କାଲ୍ୟପଙ୍କ (୯୭ବର୍ଷ) ଦେହାନ୍ତ ହୋଇଯାଇଛି ।
ଦୀର୍ଘ ଦିନର ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ହୋଇ ଗୁରୁବାର ନୂଆଦିଲ୍ଲୀସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ସେ ସପ୍ତମ, ଅଷ୍ଟମ ଏବଂ ନବମ ଲୋକସଭାର ମହାସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ ।
କାଶ୍ୟପ ସମ୍ବିଧାନ ଏବଂ ସଂସଦ ଉପରେ ୧୦୦ରୁ ଅଧିକ ପୁସ୍ତକ ଲେଖିଛନ୍ତି । ଦେଶ ପ୍ରତି ତାଙ୍କର ଅତୁଳନୀୟ ସେବା ଏବଂ ସାମ୍ବିଧାନିକ ଜ୍ଞାନ ପାଇଁ ଭାରତ ସରକାର ତାଙ୍କୁ ‘ପଦ୍ମଭୂଷଣ’ରେ ସମ୍ମାନିତ କରିଥିଲେ ।
ତାଙ୍କ ଦେହାନ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।