ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଟାର୍ଗେଟ କଲେ ବିଧାୟକ ରଣେନ୍ଦ୍ର
୨୪ ମାସରେ ମୋହନ ସରକାରଙ୍କ ୧୨ ବିଫଳତା
ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ବିଜେପି ସରକାରଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛନ୍ତି ।
ଅନୁଷ୍ଠିତ ଏକ ପ୍ରେସ ମିଟରେ ସେ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ରାଜ୍ୟରେ ଦୀର୍ଘ ୨୪ ମାସରେ ମୋହନ ସରକାର ୧୨ଟି କ୍ଷେତ୍ରରେ ବିଫଳ ହୋଇଛନ୍ତି ।
ହିତାଧିକାରୀଙ୍କୁ ୩୫ଶହ ଟଙ୍କା ଭତା ଦେବାକୁ କହି ଭୁଲିଗଲେ ।
୮୦ ବର୍ଷର ନାଗରିକଙ୍କୁ ଦେବେ ବୋଲି ନିୟମ ଆଣିଲେ; କିନ୍ତୁ ଦେଲେନି ।
ଚାଷୀଙ୍କୁ ୮୦୯ ଟଙ୍କା ଇନପୁଟ ସବ୍ସିଡି ଦେବେ ବୋଲି କହିଥିଲେ; ମାତ୍ର ୭୩୫ ଟଙ୍କାକୁ ଖସାଇ ଦେଲେ ।
‘ସୁଭଦ୍ରା’ରେ ୫୦ ହଜାର ଦେବେ ବୋଲି କହି ବର୍ଷକୁ ମାତ୍ର ୧୦ ହଜାର ଦେଲେ ।
ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ମାଗଣା ମହାପ୍ରସାଦ କଥା ଭୁଲିଗଲେ ।
ଏଥିସହ ଛାତ୍ର ସଂସଦ ନିର୍ବାଚନରେ କାହିଁକି ୟୁଟର୍ଣ୍ଣ ନେଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶ୍ନ କରିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ସେ ପୁଣି ପଚାରିଛନ୍ତି ଯେ, ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କ୍ଷୀର ଦେବା କୁଆଡ଼େ ଗଲା ?
ସବୁ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢ଼ାଇ ତା’ପରେ ପୁଣି ୟୁଟର୍ଣ୍ଣ ନେଲେ କାହିଁକି ?
ସେହିପରି ମେଟ୍ରୋ ପ୍ରକଳ୍ପକୁ ରଦ୍ଦ କରି ସ୍ଥଗିତ ରଖିଥିବା କହୁଛନ୍ତି ।