ରାଜରାସ୍ତାରୁ ଲୁଟିନେଲେ ପେଟି ପେଟି ବିୟର
ଜଳେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ଏକ ବିୟର ବୋଝେଇ ପିକଅପ୍କୁ ଏକ କାର୍ ଧକ୍କା ଦେବାରୁ ତାହା ଓଲଟିପଡ଼ିଥିଲା ।
ଫଳରେ ଏଥିରେ ବୋଝେଇ ହୋଇଥିବା ବିଅରଗୁଡ଼ିକ ରାସ୍ତାରେ ଢ଼ାଳିଯାଇଥିଲା ।
ଏହା ଦେଖି ଉପସ୍ଥିତ ଗ୍ରାମବାସୀ ଉକ୍ତ ଦୁର୍ଘଟଣାଗ୍ରସ୍ତ ପିକଅପ୍ରୁ ପେଟି ପେଟି ବିୟର ବୋହିନେଇଥିଲେ ।
ଏହି ଦୁର୍ଘଟଣାରେ ଧକ୍କା ମାରିଥିବା କାରର ଡ୍ରାଇଭର ଆହତ ହୋଇଛନ୍ତି ଓ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତି କରାଯାଇଛି ।
ପୁଲିସ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ କାର ଓ ପିକଅପ୍କୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।