ପାଠ୍ୟପୁସ୍ତକରେ ତ୍ରୁଟି ଘଟଣା
ତନାଘନା ଆରମ୍ଭ, ଛପା ହେବନି ନୂଆ ବହି
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ହୋଇଥିବା ଗମ୍ଭୀର ତ୍ରୁଟି ସାରା ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହି ବହିଗୁଡ଼ିକରେ ପ୍ରାୟ ୧୬ଶହରୁ ଊଦ୍ଧ୍ୱର୍ ତ୍ରୁଟି ରହିଥିବା ପରିଲକ୍ଷିତ ହୋଇଛି ।
ଏପରିକି ଓଡ଼ିଶା ବିଧାନସୌଧ ପରିବର୍ତେ କର୍ଣ୍ଣାଟକ ବିଧାନସଭାର ଚିତ୍ର ବସିଛି ।
ଏହିଭଳି ଅନେକଗୁଡ଼ିଏ ତ୍ରୁଟି ରହିଥିବା ପରିଲକ୍ଷିତ ହୋଇଛି ।
ଏଥିପାଇଁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରି ଏଥିପାଇଁ ଦାୟ ଅଧିକାରୀଙ୍କୁ ଖୋଜି ବାହାର କରି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇସାରିଛନ୍ତି ।
ତଦନୁଯାୟୀ ଏକ ୩ ଜଣିଆ କମିଟି ଗଠନ କରାଯାଇ ଏହାର ତନାଘନା ଆରମ୍ଭ କରାଯାଇଛି ।
ଏହି ତଦନ୍ତର ସମ୍ମୁଖୀନ ହେବେ ପ୍ରକାଶନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ।
ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମ ଅବକାଶ ପରେ ସ୍କୁଲଗୁଡ଼ିକ ଖୋଲିସାରିବାକୁ ଥିବାବେଳେ ଆଉ ନୂତନ ବହି ଛପା ଯିବନି ବୋଲି ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିଛି ।
ତା’ବଦଳରେ ସମସ୍ତ ବିଦ୍ୟାଳୟକୁ ସଂଶୋଧନ ଶବ୍ଦ ପୁସ୍ତିକା ଦିଆଯାଇଛି ।
ବଡ଼ ପିଲାମାନେ ନିଜେ ଭୁଲ ସୁଧାରି ପାଠ ପଢ଼ିବେ ।
ଛୋଟ ପିଲାଙ୍କୁ ଶିକ୍ଷକ ସଂଶୋଧନ କରି ପଢ଼ାଇବେ ବୋଲି ଏସ୍ସିଇଆରଟି ନିର୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି ।