ନିଟ ରିଟେଷ୍ଟ, କଡ଼ା ସୁରକ୍ଷା
ରବିବାର ସମଗ୍ର ଦେଶରେ ଜିୟୁ-ନିଟ ରିଟେଷ୍ଟ କରାଯାଉଛି ।
ସମଗ୍ର ଦେଶାରୁ ପ୍ରାୟ ୨୩ ଲକ୍ଷରୁ ଊଦ୍ଧ୍ୱର୍ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଥିବାବେଳେ ସେମାନଙ୍କ ପାଇଁ ୫ ହଜାରରୁ ଅଧିକ ପରୀକ୍ଷାକେନ୍ଦ୍ର କରାଯାଇଛି ।
ତେବେ ଏସବୁ ମଧ୍ୟରେ ନାଗପୁରର ଜଣେ ପରୀକ୍ଷାର୍ଥୀଙ୍କ ସେଂଟର ଆବୁଧାବିରେ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଛାତ୍ର ଜଣକ ନିଜେ ଆବୁଧାବିକୁ ସେଂଟର ବାଛିଥିବା ଏନଟିଏ କର୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
ସୂଚନାଥାଉ କି, ଗତ ମାସରେ ପେପର ଲିକ୍ ଯୋଗୁଁ ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା ।
ଏଥରକ କଡ଼ା ସୁରକ୍ଷା ମଧ୍ୟରେ ଏହି ପରୀକ୍ଷାକୁ ତ୍ରୁଟିଶୂନ୍ୟ ଭାବେ କରିବା ପାଇଁ ଏନଟିଏ ଓ ପ୍ରଶାସନ ତତ୍ପରତା ଦର୍ଶାଇଛନ୍ତି ।
ଏହି ପରିପ୍ରେକ୍ଷୀରେ ସମସ୍ତ ସେଂଟରର ଚତୁଃପାଶ୍ୱର୍ରେ ପୁଲିସର କଡ଼ା ବଳୟ ରହିଥିବାବେଳେ ସମସ୍ତ ପରୀକ୍ଷାକେନ୍ଦ୍ରଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯିବା ସହ ପ୍ରବେଶପୂର୍ବରୁ ଓ ପରେ ପରୀକ୍ଷାର୍ଥୀଙ୍କ ଉପସ୍ଥିତ ସେଂଟର ପରିଚାଳକମାନେ କଡ଼ା ଯାଂଚ କରୁଥିବା ଦେଖାଯାଇଛି ।