ଚନ୍ଦ୍ରିକା ହତ୍ୟା ମାମଲା
ଭୀମସେନ ଟୁଡୁ ଚାକିରିରୁ ବିଦା
ବହୁ ଚର୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହାଁସଦା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଏହି ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ତାଙ୍କ ପୁରୁଷ ବନ୍ଧୁ ତଥା ଓଟିଏଏସ ଅଧିକାରୀ ଭୀମସେନ ଟୁଡୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଚାକିରିରୁ ବହିଷ୍କୃତ କରାଯାଇଛି ।
କାରଣ ଭୀମସେନ ତଦନ୍ତବେଳେ ପୁଲିସକୁ କୌଣସି ସହଯୋଗ କରୁନଥିଲେ ।
ଏନେଇ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶମତେ ତାଙ୍କୁ ସରକାରୀ ସେବାରୁ ବହିଷ୍କୃତ କରାଯାଇଛି ।
ଭବିଷ୍ୟତରେ ମଧ୍ୟ ସେ ଆଉ କୌଣସି ସରକାରୀ ଚାକିରି କରିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।
ସୂଚନାଥାଉ କି, ଏହି ମାମଲାରେ ଗିରଫ ପରେ ଟ୍ରେନିଂ ସମୟରେ ଭୀମସେନ ଚାକିରିରୁ ବହିଷ୍କୃତ ହୋଇଥିଲେ ।
ଏବେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।