ଦେଖିଲେନି ଡାକ୍ତର, ପ୍ରସୂତୀ ମୃତ !
ବର୍ତମାନ ସାରା ରାଜ୍ୟରେ ଡାକ୍ତରଙ୍କ ଧାରଣା ଯୋଗୁଁ ରୋଗୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ଏହାର ଜ୍ୱଳନ୍ତ ଉଦାହରଣ ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକରେ ଦେଖିବାକୁ ମିଳିଛି ।
ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକରେ ଡାକ୍ତରଙ୍କ ଗଣଧାରଣା ଯୋଗୁଁ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଘଟିଛି ।
ମୃତକା ହେଲେ ଭଲ ଖର୍ସେଲଙ୍କ ପତ୍ନୀ ଗୀତାଞ୍ଜଳି ।
ପ୍ରସବ ବେଦନା ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଉଥିଲା ।
ହେଲେ ବାଟରେ ସେ ଛୁଆକୁ ଜନ୍ମ ଦେଇଥିଲେ ।
ଏହାପରେ ତାଙ୍କର ଅବସ୍ଥା ଗୁରୁତର ହୋଇଥିଲା ।
ତାଙ୍କୁ ଚିକିତ୍ସା ପାଇଁ ଖରିଆଳ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତରମାନେ ଧାରଣାରେ ବସିଥିବାରୁ ଗୀତାଞ୍ଜଳିଙ୍କୁ ଅଣଦେଖା କରିଥିଲେ ।
ପରିଣାମସ୍ୱରୂପ ହସ୍ପିଟାଲରେ ହିଁ ବିନା ଚିକିତ୍ସାରେ ଗୀତାଞ୍ଜଳି ଆଖିବୁଜିଥିଲେ ।
ଏଥିପାଇଁ ତାଙ୍କ ପରିବାର ଲୋକେ ଡାକ୍ତରଙ୍କୁ ଦାୟୀ କରିଛନ୍ତି ।