ଜଳାବତରଣ କଲା ମହେନ୍ଦ୍ରଗିରି
ଶନିବାର ଭାରତୀୟ ନୌସେନାରେ ସାମିଲ ହୋଇଛି ଅତ୍ୟାଧୁନିକ ଯୁଦ୍ଧଜାହାଜ ଆଇଏନଏସ୍ ମହେନ୍ଦ୍ରଗିରି ।
ଏହା ଏକ ଷ୍ଟେଲଥ ଫ୍ରିଗେଟ ଅର୍ଥାତ୍ ଏହା ଶତ୍ରୁ ପକ୍ଷ ଜାହାଜର ରାଡାରରେ ଆସିବ ନାହିଁ ।
ଏଥିରେ ବ୍ରହ୍ମୋସ ସୁପର ସୋନିକ କ୍ରୁଜ ମିଶାଇଲ, ୨୬ ମି.ମି. ନୌସେନା ଗନ, ଟର୍ପିଡୋ ଓ ଆଂଟି ସବମେରିନ ରକେଟ, ଆଧୁନିକ ରାଡାର ସେନସର ଆଦି ଉପକରଣ ଲଗାଯାଇଥିବା ନୌସେନା ସୂଚନାରୁ ପ୍ରକାଶ ।
ଏହା ତିିନି ଦିଗରୁ ନୌସେନାକୁ ସୁରକ୍ଷିତ ରଖିବ । ବଙ୍ଗୋପସାଗରରେ ଚୀନର ଦବଦବାକୁ ଟକ୍କର ଦେବା ପାଇଁ ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଆଇଏନଏସ ମହେନ୍ଦ୍ରଗିରିର ଜଳାବତରଣ କରାଯାଇଛି ।
ଏହା ସମୁଦ୍ରରେ ବ୍ୟବସାୟ ଯୋଗଯୋଗକୁ ବଢ଼ାଇବ । ଭାରତୀୟ ତଟର ସୁରକ୍ଷା ସମ୍ଭାଳିବ ।
ଆଇଏନଏସ ମହେନ୍ଦ୍ରଗିରି ଆତ୍ମ ନିର୍ଭର ଭାରତର ଏକ ଜ୍ୱଳନ୍ତ ଉଦାହରଣ ବୋଲି ପ୍ରତରିକ୍ଷାମନ୍ତ୍ରୀ ଶ୍ରୀ ସିଂହ ଏହାକୁ ଲୋକାର୍ପଣ କରି କହିଛନ୍ତି ।
ଏହା ସମୁଦ୍ରରେ ଥିବା ଲୁଟେରାଙ୍କୁ ଚକ୍ମା ଦେବ । ଏଥିସହ ପ୍ରାକୃତିକ ବିପର୍ଯ୍ୟୟବେଳେ ତୁରନ୍ତ ପହଂଚିବ ।
ଏହା ପୂର୍ବ ଉପକୂଳର ସବୁଠାରୁ ବଡ଼ ସୁରକ୍ଷା କବଚ ସାଜିବ ବୋଲି ପ୍ରତରିକ୍ଷା ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ।