ତେଜିଲା ଇସ୍କନ ବିରୋଧୀ ଆକ୍ରୋଶ
ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନକୁ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷରେ ଜନ ଆକ୍ରୋଶ ଓ ଅସନ୍ତୋଷ ସାମ୍ନା କରିବାକୁ ପଡ଼ୁଛି ।
ରବିବାର ଏହି କ୍ରମରେ ପୁରୀରେ ଜଗନ୍ନାଥପ୍ରେମୀ ଓ ଭକ୍ତଗଣ ଇସ୍କନକୁ କଟୂ ସମାଲୋଚନା କରିବା ସହ ପ୍ରବଳ ବିରୋଧ କରିଛନ୍ତି ।
ପୁରୀ ବଡ଼ଦାଣ୍ଡରେ ହାତରେ ‘ଗୋ ବ୍ୟାକ୍ ଇସ୍କନ’ର ପ୍ଲାକାର୍ଡ ଧରି ଜଗନ୍ନାଥପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଖାଲି ସେତିକି ନୁହେଁ ଆସନ୍ତା ୧୬ ତାରିଖରେ ପୁରୀ ବଡ଼ଦାଣ୍ଡରେ ମଧ୍ୟ ଇସ୍କନ ଓ ଇସ୍କନ ଅନୁଗାମୀମାନଙ୍କୁ ମଧ୍ୟ କଡ଼ା ବିରୋଧ କରାଯିବ ବୋଲି ପୁରୀସ୍ଥିତ ଜଗନ୍ନାଥପ୍ରେମୀମାନେ ଚେତାବନୀ ଦେଇଛନ୍ତି ।