ଭୋଟର ଲିଷ୍ଟ : ଅକ୍ଟୋବର ୨୬ରୁ ଡୋର ଟୁ ଡୋର ସର୍ଭେ
ଫେବୃଆରୀ ୧୦ ତାରିଖ ସୁଦ୍ଧା ସବୁ ୱାର୍ଡର ଭୋଟର ତାଲିକା ପ୍ରକାଶ
ଆସନ୍ତା ୨୦୨୭ ନିର୍ବାଚନକୁ ଆଖିରେ ରଖି ସରକାର ସମଗ୍ର ଦେଶରେ ଏସଆଇଆର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ।
ଏହି କ୍ରମରେ ଆସନ୍ତା ଅକ୍ଟୋବର ୨୬ ତାରିଖରୁ ଡୋର ଟୁ ଡୋର ସର୍ଭେ କରାଯାଇ ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ ।
ଏନେଇ ଚଳିତ ମାସ ୩୧ ତାରିଖ ସୁଦ୍ଧା ଏକ ଟିମ ଗଠନ କାର୍ଯ୍ୟ ସରିବ ।
ଏହି ଟିମରେ ବିଏଲଓ, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ ।
ଫେବୃଆରୀ ୧୦ ତାରିଖ ସୁଦ୍ଧା ସବୁ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ ।
ତେବେ ଏହି ଜନଗଣନା ପାଇଁ ପଂଚାୟତ ଓ ପୌର ର୍ନିର୍ବାଚନ ସାମାନ୍ୟ ବିଳମ୍ବ ହୋଇପାରେ ।
ଏଥିସହିତ ଆଜିର ବୈଠକରେ ପୁରୁଣା ବାଲ୍ଟ ବକ୍ସ ମରାମତି ନିଷ୍ପତି ହୋଇଛି ।
ଆମେ ମଧ୍ୟ କିଛି ନୂଆ ବାଲଟ ବକ୍ସ କ୍ରୟ କରିଛୁ ବୋଲି ନିର୍ବାଚନ କମିଶନର କହିଛନ୍ତି ।
ଏହାକୁ ରୋକିବା ପାଇଁ ଡି ଡୁପ୍ଲିକ୍ସେନ ଆପକୁ ଆପଣାଇବାକୁ ନିଷ୍ପତି ନେଇଛୁ ବୋଲି ସେ କହିଛନ୍ତି ।