ଗଠନ ହେବ ଅଙ୍ଗନବାଡ଼ି ପରିଚାଳନା କମିଟି
ରାଜ୍ୟର ବିଜେପି ସରକାର ଶୈଶବରୁ ହିଁ ପିଲାଙ୍କୁ ଉତମ ଶିକ୍ଷା ପ୍ରଦାନ ପାଇଁ ଅଙ୍ଗନବାଡ଼ି ପରିଚାଳନା କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି ।
ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ ୨.୦ ଅଧିନରେ ଏହି କମିଟି ଗଠିତ ହେବ ।
ଅଙ୍ଗନବାଡ଼ି କେନ୍ଦ୍ରରେ ସିଡିପିଓଙ୍କ ଦ୍ୱାରା କମିଟି ପ୍ରତିଷ୍ଠା କରାଯିବ । ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ପରିଚାଳନା କମଟି ଗଠନ ହେବ ।
ଏ ସଂକ୍ରାନ୍ତରେ ମହିଳା ଓ ଶିଶୁ ବକାଶ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଚିଠି କରାଯାଇଛି ।
ସରକାର ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାଗୁଡ଼ିକୁ ସୁଦୃଢ଼ କରିବାକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତି ନେଇଛନ୍ତି ।