ସୁନାବେଶ ଲାଗି ପୁରୀ ରାସ୍ତା ଜାମ
ଆଜି ସନ୍ଧ୍ୟାରେ ଶ୍ରୀକ୍ଷେତ୍ର ପୁରୀରେ ରଥାରୂଢ଼ ତିନି ଠାକୁର ମହାବାହୁ ବଳଭଦ୍ର, ମା’ ଯୋଗମାୟା ସୁଭଦ୍ରା ଓ କାଳିଅ ସାଆନ୍ତେ ସୁନାବେଶରେ ଭକ୍ତ ଓ ଦର୍ଶକଙ୍କୁ ଦର୍ଶନ ଦେବେ ।
ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଗତ ଶୁକ୍ରବାର ବାହୁଡ଼ା ରାତିରୁ ପୁରୀ ସହରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ସହସ୍ରାଧିକ ଭକ୍ତ ବିଭିନ୍ନ ଯାନବାହାନରେ ଆସୁଛନ୍ତି ।
ଫଳରେ କଟକ-ଭୁବନେଶ୍ୱର-ପୁରୀ ରାସ୍ତାରେ ଭୀଷଣ ଜାମ ଲାଗି ରହିଛି ।
ବିଶେଷ କରି ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି ।
ଭୁବନେଶ୍ୱର ପଟୁ ପୁରୀକୁ ପ୍ରତି ମିନିଟ୍ରେ ୧୦୦ରୁ ଊଦ୍ଧ୍ୱର୍ ଦୁଇ ଚକିଆ ଓ ଚାରି ଚକିଆ ଯାନ ଆସୁଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ବାଟଗାଁ ନିକଟରେ ଅପେକ୍ଷା ସମୟ ପ୍ରାୟ ଦେଢ଼ ଘଂଟାକୁ ବୃଦ୍ଧି କରାଯାଇଛି ।
ସେହିଭଳି ଚନ୍ଦନପୁର ଓ ମାଳତିପାଟପୁରରେ ଚାରି ଚକିଆ ଓ ୨ ଚକିଆ ରୁଟ ଅଲଗା ହୋଇଛି ।








