ଓଡ଼ିଆ ସାମ୍ବାଦିକତା ଦିବସ
ସାମ୍ବାଦିକଙ୍କ ତ୍ୟାଗ ଓ ଅବଦାନ ଅତୁଳନୀୟ : ରାଜ୍ୟପାଳ
ଆଜି ଅଗଷ୍ଟ ୪ ତାରିଖ ମଙ୍ଗଳବାର ସାରା ରାଜ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଇଛି ।
ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଟ୍ୱିଟ କରି ସମସ୍ତ ସାମ୍ବାଦିକମାନଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥର୍କୁ ସର୍ବୋଚ୍ଚ ପ୍ରାଧାନ୍ୟ ଦେଇ ସମାଜକୁ ଦିଗ୍ଦର୍ଶନ ଦେଇଥିବା ସାମ୍ବାଦିକଙ୍କ ନିଷ୍ଠା, ତ୍ୟାଗ ଓ ଅବଦାନ ପ୍ରଶଂସନୀୟ ।
ଏକ ସଚେତନ, ସଶକ୍ତ ଓ ସୁସ୍ଥ ସମାଜ ଗଠନରେ ସାମ୍ବାଦିକଙ୍କ ଭୂମିକା ଉଲ୍ଲେଖନୀୟ ବୋଲି ମାନ୍ୟବର ରାଜ୍ୟପାଳ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
ଏଥିସହ ଓଡ଼ିଶାର ପ୍ରଥମ ଓଡ଼ିଆ ଖବରକାଗଜ ‘ଉକ୍ରଳ ଦୀପିକା’ର ପ୍ରତିଷ୍ଠା ଦିବସ ତଥା ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କୁ ମୋର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ବୋଲି ସେ ଉଲ୍ଲେଖ କରିଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଓଡ଼ିଆ ସାମ୍ବାଦିକତା ଦିବସରେ ସାମ୍ବାଦିକମାନଙ୍କୁ ଲୋକଙ୍କ ସ୍ୱର ଓ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ବୋଲି ଅଭିହିତ କରିଛନ୍ତି ।








