ଓଡ଼ିଶା ହେବ ଫୁଡ୍ ପ୍ରୋସେସିଂ ହବ୍ : ମୁଖ୍ୟମନ୍ତ୍ରୀ
୧୦ ହଜାର କୋଟିରୁ ଅଧିକ ନିବେଶର ଲକ୍ଷ୍ୟ
ସାରା ବିଶ୍ୱରେ ଏବେ ଖାଦ୍ୟ ପ୍ରକ୍ରିୟାକରଣ ବା ଫୁଡ୍ ପ୍ରୋସେସିଂ ସେକ୍ଟର ଦ୍ରୁତ ଗତିରେ ବଢ଼ୁଛି ।
ଏଥିଯୋଗୁଁ ବହୁ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ରୋଜଗାର ପାଉଛନ୍ତି ।
ବିଶେଷ କରି ୫୭୫ କି.ମି. ଦୀର୍ଘ ସମୁଦ୍ର ଉପକୂଳ ରହିଛି ।
ଏଣୁ ଆମେ ବ୍ଲୁ ଇକୋନୋମିକକୁ ଗୁରୁତ୍ୱ ଦେଉଛୁ ବୋଲି ନୂଆଦିଲ୍ଲୀରେ ଆୟୋଜିତ ‘ଓଡ଼ିଶା ଫୁଡ୍ ପ୍ରୋ-୨୦୨୬’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ଏକ ପ୍ରମୁଖ ଖାଦ୍ୟ ପ୍ରକ୍ରିୟାକରଣ (ଫୁଡ୍ ପ୍ରୋସେସିଂ) ହବ୍ ଭାବେ ଗଢ଼ିବା ପାଇଁ ରାଜ୍ୟର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ।
ଏଥିପାଇଁ ଜାତୀୟସ୍ତରର ଶିଳ୍ପପତି ଓ ନିବେଶକଙ୍କୁ ଭେଟି ରାଜ୍ୟରେ ବଡ଼ ଧରଣର ନିବେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି ।
ଏହି ଖାଦ୍ୟ ପ୍ରକ୍ରି୍ରୟାକରଣ କ୍ଷେତ୍ରରେ ପ୍ରାୟ ୧୦ ହଜାର କୋଟିରୁ ଅଧିକ ନିବେଶର ଲକ୍ଷ୍ୟ ରଖାଯାଇଛି ।
ଏହା ସଫଳ ହେଲେ କୃଷି, ମାଛ ଓ ସାମୁଦ୍ରିକ ସମ୍ପଦର ସର୍ବୋତମ ବ୍ୟବହାର ଦ୍ୱାରା ନିଯୁକ୍ତି ସୃଷ୍ଟି କରଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ରାଜ୍ୟ ମତ୍ସ୍ୟ ବିଭାଗର ବହୁ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ଥିଲେ ।








