ଚାଷୀଙ୍କ ଜୀବନ ହାରିବାକୁ ଉଦ୍ୟମ
ରାଜନଗର ବ୍ଲକ କାର୍ଯ୍ୟାଳୟରେ ଜନଶୁଣାଣିବେଳେ ଦାବୀ ପୂରଣ ନ ହେବାରୁ ଓ ନ୍ୟାୟ ନ ମିଳିବାରୁ ୨ ଜଣ ଚାଷୀ ବିଷ ପିଇ ଆତ୍ମହତ୍ୟା କରିବାକୁ ଊଦ୍ୟମ କରିଥିବାବେଳେ ପୁଲିସ ସେମାନଙ୍କୁ ଏଥିରୁ କ୍ଷାନ୍ତ କରିଛି ।
ଘଟଣାରୁ ପ୍ରକାଶ ଯ, ତାଳଚୁଆ ଓ ଢୋଲମରା ଗାଁର ୨ ଜଣ ଚାଷୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବାବେଳେ ପୁଲିସ ସେ ଦୁହିଁଙ୍କୁ କାବୁ କରିଛି ।
ପଟ୍ଟାମୁଣ୍ଡାଇରେ ଜିଲାପାଳଙ୍କ ଜନଶୁଣାଣି ବେଳେ ବେଆଇନ ଚିଙ୍ଗୁଡ଼ି ଘେରିକୁ ୨ ଚାଷୀ ଜୋରଦାର ପ୍ରତିବାଦ କରି ବିଷ ପାନ କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।
ତେବେ ସେଠାରେ ଉପସ୍ଥିତ ପୁଲିସ ଅଧିକାରୀ ସେମାନଙ୍କୁ ଏଭଳି କରିବାରୁ କ୍ଷାନ୍ତ କରିଥିଲେ ।








