ରାସ୍ତା ଧୋଇଦେଲା ସମୁଦ୍ର ଢେଉ
ଗଞ୍ଜାମ ଜିଲାରେ ସମୁଦ୍ରର କରାଳ ରୂପ ଦେଖିବାକୁ ମିଳିଛି ।
ଆର୍ଯ୍ୟପଲ୍ଲୀରେ ତାଣ୍ଡବ ରଚିଛି ଅଶାନ୍ତ ସମୁଦ୍ର ।
୩ ଦିନରେ ସମ୍ପୂର୍ଣ୍ଣ ରୂପେ ଧୋଇ ଦେଇଛି ୩ ମୁଖ୍ୟ ରାସ୍ତା ।
ଏହା ଏବେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।
ତେବେ ସମୁଦ୍ର କୂଳରୁ କ୍ରମଶଃ ଝାଉଁବଣ ଲୋପ ପାଇବା ଓ ପୁନଃ ଏଠାରେ ଝାଉଁଗଛ ଲଗା ନଯିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି ।
ଏଣୁ ସରକାର ଯଥାଶିଘ୍ର ସମସ୍ୟା ପ୍ରତି ଧ୍ୟାନ ଦେଇ ଏଠାରେ ଗାର୍ଡୱାଲ ବନାଇବାକୁ ସ୍ଥାନୀୟବାସୀ ଦାବି କରିଛନ୍ତି ।








