‘ବନ୍ଦେ ମାତରମ’ ବିଲ୍କୁ ରାଷ୍ଟ୍ରପତିଙ୍କ ଅନୁମୋଦନ
ଆନୁଷ୍ଠାନିକ ଭାବେ ଆଇନରେ ପରିଣତ
ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇସାରିଥିବା ‘ବନ୍ଦେ ମାତରମ’ ବିଲକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ପ୍ରଦାନ କରିଛନ୍ତି ।
ଫଳରେ ପ୍ରିଭେନସନ ଅଫ ଇନସଲ୍ଟ ଟୁ ନ୍ୟାସନାଲ ଅନର (ସଂଶୋଧନ) ବିଲ୍-୨୦୨୬କୁ ମିଳିଛି ମଞ୍ଜୁରୀ ।
ଏତଦ୍ଦ୍ୱାରା ଏହି ବିଲ ଆନୁଷ୍ଠାନିକ ଭାବେ ଆଇନରେ ପରିଣତ ହୋଇଛି ।
ଏବେ ‘ବନ୍ଦେ ମାତରମ’କୁ ଆଇନଗତ ସୁରକ୍ଷା ଓ ମାନ୍ୟତା ମିଳିବ ।
ଏହି ଗୀତ ଗାନ ସମୟରେ ବାଧା ସୃଷ୍ଟି କଲେ ଦଣ୍ଡର ବ୍ୟବସ୍ଥା ରହିଛି ।
ଦୋଷୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିପାରେ ।
ଏଥିସହ ଦୋଷୀଙ୍କୁ ଆର୍ଥିକ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ । କିଛି କ୍ଷେତ୍ରରେ ଉଭୟ ଜେଲ ଏବଂ ଜୋରିମାନାର ବ୍ୟବସ୍ଥା ରହିଛି ।
ବାରମ୍ବାର ସମାନ ଅପରାଧ କଲେ ଅତିକମରେ ୧ ବର୍ଷର ଦଣ୍ଡ ବ୍ୟବସ୍ଥା ରହିଛି ।
ସୂଚନାଥାଉ କି, ଏହି ବିଲ୍ ଗତ ଜୁଲାଇ ୨୯ ତାରିଖରେ ରାଜ୍ୟସଭାରେ ପାରିତ ହୋଇଥିଲା । ପରେ ଜୁଲାଇ ୩୦ ତାରିଖରେ ଲୋକସଭାରେ ବହୁମତରେ ଗୃହୀତ ହୋଇସାରିଛି ।








