ରୋହିତ-ପ୍ରସନ୍ନ ଟଣାଓଟରା
ରାଜ୍ୟରେ ବିଜେପି ସରକାର ଆସିବାକୁ ପ୍ରାୟ ୨ ବର୍ଷରୁ ଊଦ୍ଧ୍ୱର୍ ହୋଇଗଲାଣି ।
ତଥାପି ରାଜ୍ୟର ସେଭଳି କିଛି ବିକାଶ ହୋଇପାରି ନାହିଁ ବୋଲି ବିରୋଧୀ କଟୂ ସମାଲୋଚନା କରିଛନ୍ତି ।
ଏହାକୁ ନେଇ ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସହିତ ରୋହିତ ପୂଜାରୀଙ୍କ ମଧ୍ୟରେ କଥା କଟାକଟି ଜୋର ଧରିଛି ।
ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରସନ୍ନଙ୍କୁ ଟାର୍ଗେଟ କରିଛନ୍ତି ରୋହିତ ପୂଜାରୀ ।
ସୂଚନାଥାଉ କି, ସମ୍ବଲପୁର ସାଂସଦଙ୍କ ସହ ପ୍ରସନ୍ନ ଗୋଟିଏ ମଂଚକୁ ଆସିବା ପରେ ବିବାଦ ଆରମ୍ଭ ହୋଇଛି ।
ତାଙ୍କ ସମୟରେ ନିର୍ମିତ ଇକୋ ପାର୍କକୁ ଜାଣିଶୁଣି ଅବହେଳା କରାଯାଉିଛି ବୋଲି ରୋହିତ କହିଛନ୍ତି ।
ତେବେ ରୋହିତଙ୍କ ଆରୋପ ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।








