ସୁପ୍ରିମକୋର୍ଟରେ ଡିିଜିପି ନିଯୁକ୍ତି ମାମଲା
୧୮ ପର୍ଯ୍ୟନ୍ତ ନିଷ୍ପତି ହେବନି
ରାଜ୍ୟ ନୂତନ ଡିଜିପି ନିଯୁକ୍ତି ପ୍ରସଙ୍ଗ ପାଇଁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।
ଆଜି ମାନ୍ୟବର ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ଆସନ୍ତା ୧୮ ତାରିଖରେ ଏହାର ପରବର୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
ଏହି ପ୍ରସଙ୍ଗରେ ଆମିକସକୁ୍ୟରୀ ପ୍ରକ୍ରିୟାରେ ତ୍ରୁଟି ଦର୍ଶାଇଥିବା ନେଇ ସୂଚନା ମିଳିଛି ।
ଏହାକୁ ବିଚାରକୁ ନେଇ ୟୁପିଏସସି ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏ ପ୍ରସଙ୍ଗରେ କୌଣସି ନିଷ୍ପତି ନେଇପାରିବେ ନାହିଁ ବୋଲି ମାନ୍ୟବର ସୁପ୍ରମିକୋର୍ଟ ନିର୍ଦେଶ ଦେଇଛନ୍ତି ବୋଲି ସୁପ୍ରିମକୋର୍ଟର ଆଇନଜୀବୀ ଗୌତମ ଦାସ କହିଛନ୍ତି ।








