ଚିଲିକା ନାବାଳକ ମର୍ଡର : ୧୮ ଗିରଫ
ଗତ ମଙ୍ଗଳବାର ଅଗଷ୍ଟ ୧୧ ତାରିଖରେ ଚିଲିକା ହ୍ରଦ ଭିତରେ ଜଣେ ନାବାଳକଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା ।
ଏହ ଘଟଣାରେ ପୁଲିସ ଆଜି ୧୮ ଜଣଙ୍କୁ ଗିରଫ କରିଛି ।
ହତ୍ୟାର ୪୮ ଘଂଟା ମଧ୍ୟରେ ପୁଲିସ ୧୮ ଜଣଙ୍କୁ ଗିରଫ କରିଛି ।
ସମସ୍ତ ଗିରଫ ଅଭିଯୁକ୍ତ ବାଲୁଗାଁ ଥାନା ଚନ୍ଦ୍ରପୁଟ ଗାଁର ବୋଲି ପୁଲିସ କହିଛି ।
ମାଛ ମରାକୁ ନେଇ ଗଣ୍ଡଗୋଳ ଉପୁଜିଥିଲା ।
ଏଥିରେ ଅଭିଯୁକ୍ତମାନେ ଚିଲିକା ମଝିରୁ ନାବାଳକ ଓମ୍କୁ ଅପହରଣ କରି ହତ୍ୟା କରିଥିଲେ ବୋଲି ପୁରୀ ଏସପି ପ୍ରତୀକ ସିଂହ କହିଛନ୍ତି ।
ଘଟଣା ଦିନ ଓମ୍ ସହିତ ଆଉ ୨ ଜଣ ମଧ୍ୟ ମାଛ ମାରିବାକୁ ଯାଇଥିଲେ ।
ତେବେ ଓମ ହତ୍ୟାର ଶିାକର ହୋଇଥିବାବେଳେ ସେମାନେ ଖସି ପଳାଇଥିଲେ ବୋଲି ପୁରୀ ଏସପି କହିଛନ୍ତି ।








