ଏବେ ମାନସିକ ନକ୍ସଲ
ଦେଶର ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶକୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେ ବର୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଯୁବଗୋଷ୍ଠୀଙ୍କ ଅସନ୍ତୋଷ ଓ ହିଂସାତ୍ମକ ଆଚରଣ ଉପରେ ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ, ଦେଶର ଯୁବ ସମାଜକୁ ବିଭ୍ରାନ୍ତ କରାଯାଉଛି । ଏଥିପାଇଁ ବିଦେଶରୁ ପ୍ଲାନିଂ ହେଉଛି । ବିଶେଷ କରି ଜେନ-ଜେଡକୁ ନେଇ ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ । ସେ ଦେଶର ଯୁବପିଢ଼ିଙ୍କୁ ନକ୍ସଲ ମାନସିକତାଠୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।
ପୂର୍ବରୁ ଥିବା ବନ୍ଧୁକଧାରୀ ନକ୍ସଲଙ୍କୁ ନିପାତ କରାଯାଇଛି । ଏବେ ସେମାନଙ୍କ ପରିବର୍ତେ ମାନସିକ ନକ୍ସଲ ବୁଲୁଛନ୍ତି । ମୁଣ୍ଡରେ ନକ୍ସଲ, କାମ ବି ନକ୍ସଲ ଓ କାମ କରିବା ଶୈଳୀ ବି ନକ୍ସଲ ବୋଲି କହିଛନ୍ତି । ଏମାନେ ଅଯଥାରେ ଦେଶ ମଧ୍ୟରେ ହିଂସା ଓ ଅରାଜକତାକୁ ବଢ଼ାଇବାକୁ ଷଡ଼ଯନ୍ତ୍ର କରୁଛନ୍ତି । ଦିନେ ରକ୍ତ ରଞ୍ଜିତ କରୁଥିଲେ ଓ ନୀରହଙ୍କ ଜୀବନ ନେଉଥିଲେ । ସେହି ନକ୍ସଲମାନଙ୍କ ହଟାଇ ଦିଆଯାଇଛି ହେଲେ ଏବେକ ଯୁବପୀଢ଼ି ମଧ୍ୟରେ ସେହି ନକ୍ସଲ ମାନସିକତା ରହିଛି ବୋଲି ତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ ।
ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟବାସୀଙ୍କୁ ତାଙ୍କ ଅଭିଭାଷଣରେ ‘ମାନସିକ ନକ୍ସଲ’ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସେ ରାଜ୍ୟର ଯୁବପୀଢ଼ିଙ୍କୁ ହିଂସାତ୍ମକ ପଥ ତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପରାମର୍ଶ ଦେବା ସହ ରାଜ୍ୟ ତଥା ଦେଶର ବିକାଶରେ ଜଣେ ଜଣେ ବିନ୍ଧାଣୀ ହେବାକୁ ଆହ୍ୱାନ ଦେଇଛନ୍ତି ।







