ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ
୭.୭ ତ୍ରୀବତାରେ ଥରିଲା ପଶ୍ଚିମ ସୁମାତ୍ରା, ୪୭ ମୃତ
ଇଣ୍ଡୋନେସିଆରେ ବଡ଼ ଧରଣ ଭୂକମ୍ପ ଆସିଛି । ଏଥିରେ ୪୭ ଜଣଙ୍କ ମୃତ୍ୟୁ ହେବା ସହ ବ୍ୟାପକ କ୍ଷୟକ୍ଷତି ଘଟିଛି ।
ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୭ ଥିଲା ।
ଏଥିରେ ପଶ୍ଚିମ ସୁମାତ୍ରା ଥରିଉଠିଛି ।
ଏବେ ସୁଦ୍ଧା ୪୭ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ସହସ୍ରାଧିକ ଆହତ ହୋଇଛନ୍ତି ।
ଗୋଟିଏ ଦିନରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲଶ ।
ଏଥିରେ ପଶ୍ଚିମ ସୁମାତ୍ରାର ବହୁ ଅଟ୍ଟାଳିକା ମାଟିରେ ମିଶିଯାଇଛି ।








