କଥା ଦେଇ କଥା ରଖିଲେ ରାଜ୍ୟ ସରକାର
ହିତାଧିକାରୀଙ୍କୁ ମିଳିଲା ‘ସୁଭଦ୍ରା’ ପଂଚମ କିସ୍ତି
ରାଜ୍ୟର ମୋହନ ସରକାର ଦେଇଥିବା ପ୍ରତିଶ୍ରୁତି ମୁତାବକ ଅଗଷ୍ଟ ୨୮ ତାରିଖ ପବିତ୍ର ରକ୍ଷା ବନ୍ଧନ ଅବସରରେ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ଟଙ୍କା ପଠାଇଛନ୍ତି । ପବିତ୍ର ରକ୍ଷା ବନ୍ଧନ ଅବସରରେ ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆ ‘ସୁଭଦ୍ରା’ ମଂଚରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କ ଆକାଉଂଟକୁ ଟଙ୍କା ପଠାଇଛନ୍ତି ।
ରାଜ୍ୟର ପ୍ରାୟ ୫ ହଜାର କୋଟିରୁ ଅଧିକ ଟଙ୍କା ଯୋଗ୍ୟ ମହିଳା ହିତାଧିକାରୀଙ୍କ ଖାତାକୁ ଗଲା । ଏହାଦ୍ୱାର ରାଜ୍ୟର ପ୍ରାୟ ୧ କୋଟି ୩ ଲକ୍ଷ ୨୬ ହଜାର ‘ସୁଭଦ୍ରା’ ହିତାଧିକାରୀଙ୍କୁ ମିଳିଲା ଟଙ୍କା ।
ଏହି ଅବସରରେ ପୂର୍ବ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଗତ ସରକାରରେ ନାରୀ ସଶକ୍ତୀକରଣ କେବଳ ଏକ ସ୍ଲୋଗାନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ତେବେ ଏବେକାର ସରକାର ବାସ୍ତବରେ କାମ କରୁଛି । ଆମ ସରକାରର ପ୍ରତିଶ୍ରୁତିବଦ୍ଧତା ହେତୁ ରାଜ୍ୟର ଲକ୍ଷ ଲକ୍ଷ ମହିଳା ‘ସୁଭଦ୍ରା’ ଯୋଜନାରେ ଉପକୃତ ହୋଇପାରିଛନ୍ତି ।
ବିଶେଷ କରି ଆଇଆଇଏମ ସମ୍ବଲପୁର ଓ ଏସବିଆଇ ସର୍ଭେରୁ ସ୍ପଷ୍ଟ ହୋଇସାରିଛି । ପ୍ରାୟ ୪୫% ସୁଭଦ୍ରା ହିତାଧିକାରୀଙ୍କ ଆକାଉଂଟ ଅର୍ଥ ବଢ଼ିଥିବା ଏସ୍ବିଆଇ ତଥ୍ୟ କହୁଛି ।
ଗତ ବଜେଟରେ ୩ ଲକ୍ଷ ୧୦ ହଜାର କୋଟି ବ୍ୟୟ ଅଟକଳ କରିଥିଲୁ ।
ଏହି ବ୍ୟୟ ବରାଦ ଭିତରୁ ମହିଳାଙ୍କ ପାଇଁ ରହିଛି ୧ ଲକ୍ଷ ୨୬ ହଜାର ୭୬୪ କୋଟି ଟଙ୍କା ରହିଛି । ଅର୍ଥାତ ୪୦% ଅର୍ଥ ମହିଳାଙ୍କ ଆର୍ଥିକ ବିକାଶ ପାଇଁ ଲଗାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।








