ସିଜେପି ଆନେ୍ଦାଳନ, ସମସ୍ତ ଏତଲା ଖାରଜ
୩ ମାସ ମଧ୍ୟରେ ମୃତ ଛାତ୍ରଙ୍କ ପରିବାରକୁ ମିଳିବ କ୍ଷତିପୂରଣ
ଡାକ୍ତରୀ ପାଠ ପଢ଼ିବା ପାଇଁ ହେଉଥିବ ଗୁରୁତ୍ୱପୂର୍ଣ୍ଣ ‘ନିଟ୍’ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ଏହି ପ୍ରଶ୍ନପତ୍ର ଲିକ୍ ହେତୁ ଗତ କିଛି ମାସ ତଳେ ନିଟ୍ର ପ୍ରଥମ ପରୀକ୍ଷାକୁ ବାତିଲ କରାଯାଇଥିଲାବେଳେ ପରବର୍ତୀ ସମୟରେ ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତି ସହ ପରୀକ୍ଷା ହୋଇସାରିଛି । ହେଲେ ପ୍ରଥମ ଥର ପରୀକ୍ଷା ବାତିଲ ହେତୁ ବହୁ ମେଧାବୀ ଆଶାୟୀ ବିଦ୍ୟାର୍ଥୀ ମାନସିକସ୍ତରରେ ଭାଙ୍ଗିପଡ଼ିଥିଲେ । ସେଥିମଧ୍ୟରୁ କିଛି ଛାତ୍ରଛାତ୍ରୀ ହତାଶ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବାବେଳେ ଆଉ କେତେକ ଆତ୍ମହତ୍ୟା କରିଥିଲେ ।
ଅନ୍ୟପଟେ ଏଥିପାଇଁ ତକ୍ରାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପ୍ରଦାନ ଦାବିରେ ନୂଆ କରି ଗଢ଼ିଉଠିଥିବା ରାଜନୈତିକ ଦଳ କକ୍ରୋଚ ଜନତା ପାର୍ଟି (ସଜେପି) ଜନ୍ତରମନ୍ତର ଠାରେ ଦୀର୍ଘ ଦିନ ଧରି ଆନେ୍ଦାଳନ ଓ ଧାରଣା ଦେଇଥିଲା । ଏହି ସମୟରେ ସେମାନଙ୍କୁ ଘଉଡ଼ାଇବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦେଶମତେ ସୁରକ୍ଷାକର୍ମୀମାନେ ପ୍ରଥମେ ଲୁହବୁହା ଗ୍ୟାସ ଓ ପରେ ଲାଠି ଚାର୍ଜ କରିଥିଲେ । ମାତ୍ର ଏଥିେ ବିଫଳ ହେବାରୁ ପୁଲିସ ଗୁଳିଚାଳନା ମଧ୍ୟ କରିଥିଲା । ଏଥିରେ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ ଛାତ୍ରଙ୍କୁ ନ୍ୟାୟ ପ୍ରଦାନ ଓ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ପାଇଁ ସିଜେପି ପକ୍ଷରୁ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।
ଆସନ୍ତା ୩ ମାସ ମଧ୍ୟରେ ମୃତ ଛାତ୍ରଙ୍କ ପରିବାରକୁ ପର୍ଯ୍ୟାପ୍ତ କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦେଶ ଜାରି କରିଛନ୍ତି । ଏଥିସହ ସିଜେପି ଆନେ୍ଦାଳନରେ ସାମିଲ ସମସ୍ତ ବିଦ୍ୟାର୍ଥୀଙ୍କ ନାଁରେ ଥିବା ଏତଲା ଖାରଜ କରାଯିବ ବୋଲି ମାନ୍ୟବର ସୁପ୍ରିମକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଏଥିସହ ନିଟ୍ ପରୀକ୍ଷା ବାତିଲ ର ବିରୋଧରେ କରାଯାଇଥିବା ଆନେ୍ଦାଳନରେ ସାମିଲ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ସମସ୍ତ ଏତଲାକୁ କେନ୍ଦ୍ର ସରକାରଙ୍କ ଅନୁରୋଧ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶମତେ ହଟାଇ ଦିଆଯାଇଛି ।
କେବଳ ଅପରାଧିକ ମାମଲା ଥିବା ୨୮୭୩ ଜଣଙ୍କ ବିରୋଧରେ ଏତଲା ଦାଏର ପାଇଁ ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ତେବେ ଅଭିଯୋଗ ଥିବା ଛାତ୍ରଙ୍କ ନାମରେ କେବଳ ଗୋଟିଏ ଏତଲା ଚାଲିବ ବୋଲି ରାୟରେ ସ୍ପଷ୍ଟ କରାଯାଇଛି ।
ଅପରପକ୍ଷରେ ମାନ୍ୟବର ସୁପି୍ରମକୋର୍ଟଙ୍କ ଏହି ରାୟ ପରେ ଆସନ୍ତା ସେପ୍ଟେମ୍ବର ୫ରେ ହେବାକୁ ଥିବା ଆନେ୍ଦାଳନର ଡାକରାରୁ ସିଜେପି ଓହରି ଯାଇଛି ।






