ନନ୍ଦନକାନନରେ ଦୋଳି ଖେଳିଲେ ୫ ବଣମଣିଷ
ବାଲେଶ୍ୱରର ଭୋଗରାଇରୁ ଉଦ୍ଧାର ହୋଇଥିବା ୫ ଓରାଉଂଗଟନ ବା ବଣମଣିଷଙ୍କୁ ଜଙ୍ଗଲବିଭାଗ ଦ୍ୱାରା ନନ୍ଦନକାନନକୁ ସ୍ଥାନାନ୍ତର କରାଯାଇଛି ।
ନନ୍ଦନକାନନରେ ଏକ ସ୍ୱତନ୍ତ୍ର ଖୁଆଡ଼ରେ ସେମାନଙ୍କୁ ରଖାଯାଇଛି ବିଶେଷ ଯତ୍ନ ନିଆଯାଉଛି । ବର୍ତମାନ ରାଜ୍ୟ ତମାମ ଗୋଟିଏ ଚର୍ଚ୍ଚା ଜୋର ଧରିଛି ଯେ, ଇଣ୍ଡୋନେସିଆରୁ ଏହି ଓରାଉଂଗଟନଙ୍କୁ ଓଡ଼ିଶାର ଭୋଗରାଇକୁ ଆଣିଲା କିଏ? ତା’ର ତଦନ୍ତ ମଧ୍ୟ ଏସଟିଏଫ କରୁଛି ।
ଅନ୍ୟପଟେ ନନ୍ଦନକାନନରେ ଓରାଉଂଗଟନ ରହିଲେ ନନ୍ଦନକାନନର ଶୋଭା ବଢ଼ିବ ବୋଲି ବହୁ ପଶୁପ୍ରେମୀ ଓ ପର୍ଯ୍ୟଟକମାନେ ମତ ରଖିଛନ୍ତି ।
ତେବେ ଏହି ଓରାଉଂଗଟନ ଏକ ବଣମଣିଷ ପ୍ରଜାତିର ହୋଇଥିବାରୁ ସେମାନେ ପ୍ରାୟତଃ ତାଙ୍କର ଲମ୍ବା ଲମ୍ବା ହାତରେ ଗଛର ଗୋଟିଏ ଡାଳରୁ ଅନ୍ୟ ଡାଳକୁ ଲମ୍ପ ମାରି ଖେଳିବା ଓ ଦୋଳି ଝୁଲିବାକୁ ପସନ୍ଦ କରିଥାନ୍ତି ।
ଏଣୁ ନନ୍ଦନକାନନରେ ରହିଥିବା ଓରାଉଂଗଟନଙ୍କ ନିମନ୍ତେ ଦୋଳିର ବ୍ୟବସ୍ଥା କରାଯାଇ ସେମାନଙ୍କୁ ଝୁଲା ଯାଉଛି ।








