ପୁଣି ସୃଷ୍ଟି ହେଲା ଲଘୁଚାପ
ଓଡ଼ିଶାକୁ ବିପଦ ନାହିଁ : ଆଇଏମଡି
ଦକ୍ଷିଣ ମିଅାଁମାର ଉପକୂଳ ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି ।
ବାୟୁମଣ୍ଡଳର ୯.୪ କି.ମି. ଉଚ୍ଚତା ପର୍ଯ୍ୟନ୍ତ ଏହି ଘୂର୍ଣ୍ଣିବଳୟ ବ୍ୟାପିଛି । ଏହା ଆସନ୍ତା ୨୪ ଘଂଟା ମଧ୍ୟରେ ଉତର ଆଣ୍ଡାମାନ ସାଗରରେ ପ୍ରବେଶ ସମ୍ଭାବନା ଦେଖାଦେଇଛି ।
ଆସନ୍ତା ୨ ଦିନ ମଧ୍ୟରେ ମିଅାଁମାର-ବାଂଲାଦେଶ ଉପକୂଳ ଦେଇ ଗତି କରିବ ।
ଉତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଆଡ଼େ ଏହି ଲଘୁଚାପ ଅଗ୍ରସର ହୋଇପ ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ଆଇଏମଡି କହିଛି ।
ରବିବାର ଠାରୁ ଓଡ଼ିଶାରେ ଶୁଖିଲା ପାଗ ରହିବ ବୋଲି ଆଇଏମଡି ସୂତ୍ରରୁ ପ୍ରକାଶ ।








