୧୦ ସୁଦ୍ଧା ମିଳିବ ବନ୍ୟା କ୍ଷତିପୂରଣ – ରାଜସ୍ୱ ମନ୍ତ୍ରୀ
ପ୍ରଥମ ପର୍ଯ୍ୟାୟରେ ୨୬୧ କୋଟି ଟଙ୍କା ଦିଆଯିବ
ଯେଉଁ ଜିଲାଗୁଡ଼ିକ ଚଳିତ ବର୍ଷ ରାଜ୍ୟର ବିଭିନ୍ନ ନଦୀରେ ଆସିଥିବା ତୁହାକୁତୁହା ବନ୍ୟା ହେତୁ କ୍ଷତିଗ୍ରସ୍ତ ହୋଇଛନ୍ତି ସେଗୁଡ଼ିକୁ ଚଳିତ ମାସ ୧୦ ତାରିଖ ସୁଦ୍ଧା ବନ୍ୟା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶୁକ୍ରବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ଦଶହରା ପୂଜା ପୂର୍ବରୁ ବନ୍ୟା କ୍ଷୟକ୍ଷତି ଆକଳନ କରାଯାଇ ଚଳିତ ମାସ ୧୦ ତାରିଖ ସୁଦ୍ଧା କ୍ଷତିପୂରଣ ପ୍ରଦାନ କରାଯିବ ।
ପ୍ରଥମ ପର୍ଯ୍ୟାୟରେ ୨୬୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ ।
ବିପର୍ଯ୍ୟୟ ସମୟରେ କର୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ଏହି କ୍ରମରେ ଦକ୍ଷିଣ ଓଡ଼ିଶାକୁ ୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ଯେତେଶୀଘ୍ର କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ତଦନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।
ଏନେଇ ଆଇଆଇଟିଏମ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ଐମଓୟୁ ସ୍ୱାକ୍ଷର କରିବ ।
ତଦ୍ୱାରା ଆଗକୁ ଆଇଆଇଟିଏମ ସହାୟତାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ହୋଇପାରିବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।








