୧୨ ଜିଲାକୁ ବର୍ଷା ୟେଲୋ ଆଲର୍ଟ
ସମଗ୍ର ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ସମ୍ଭାବନା ଦେଖାଦେଇଛି । ଉତର ଉପକୂଳବର୍ତୀ ଜିଲାଗୁଡ଼ିକରେ ଏହାର ପ୍ରଭାବ ରହିବ । ୧୨ଟି ଜିଲାକୁ ହଳଦିଆ ସତର୍କତା (ୟେଲୋ ଆଲର୍ଟ) ଜାରି କରାଯାଇଛି । ଅପରପକ୍ଷରେ ପ୍ରବଳ ଗୁଳୁଗୁଳି ନେଇ ମଧ୍ୟ ପାଣିପାଗ ବିଭାଗ ସତର୍କ ଜାରି ହୋଇଛି ।
ଶନିବାରଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା ଦେଖାଦେଇଛି । ଉତର ଓଡ଼ିଶାର ବିଭିନ୍ନ ଜିଲାରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛିି । ୮ ତାରିଖ ପାଇଁ ୨୪ ଜିଲାକୁ ୟେଲୋ ୱାର୍ଣ୍ଣିଂ (ହଳଦିଆ ସତର୍କତା) ଜାରି କରାଯାଇଥିବାବେଳେ ୯ ତାରିଖରେ ରାଜ୍ୟର ୬ ଜିଲାକୁ ସତର୍କତା ଜାରି ହୋଇଛି । ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱରରେ କାଳବୈଶାଖୀ ବର୍ଷା ହେବାର ସତର୍କତା ଜାରି କରାଯାଇଛି ।
ଶନିବାରଠୁୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା ଦେଖାଦେଇଛି । ଶନିବାର ଉତର ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଦାରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ବର୍ଷାକୁ ଯେପରି ଯଥାଯଥ ମୁକାବିଲା କରାଯିବ ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି କୃଷକମାନେ ସେମାନଙ୍କ କୃଷିଜାତ ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ଯେପରି ରଖନ୍ତି ସେଥିପାଇଁ କୁହାଯାଇଛି । ସାଧାରଣ ଲୋକମାନେ ଯେପରି ହଟହଟାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି ।
ତେବେ କେତେକ ଅଂଚଳରେ ମୁଣ୍ଡଫଟା ଖରା ସହ ଗୁଳୁଗୁଳି ଲାଗି ରହିବା ଯୋଗୁଁ ସାଧାରଣ ତାପମାତ୍ରାଠୁ ୨ରୁ ୩ଡିଗ୍ରୀ ବୃଦ୍ଧିି ପାଇପାରେ ବୋଲି ଆଇଏମଡି ସତର୍କ କରାଇଛି ।