ପେନସନ ଠକେଇ ମାମଲା
ପୁଅ ପରେ ବାପା ଗିରଫ
୫.୫୬କୋଟି ଟଙ୍କା ହେରଫେର ଘଟଣାରେ ମୁଖ୍ୟ ଅଭିଯୁକ୍ତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମହାନ୍ତିଙ୍କୁ ପୁଲିସ ଗିରଫ କରିଛି । ଗୁରୁବାର ସକାଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି ।
ଅବସରପ୍ରାପ୍ତ ଅଧିକାରୀ, ତାଙ୍କ ପତ୍ନୀଙ୍କ ସହ ଫେରାର ହୋଇଯାଇଥିବାବେଳେ ସେ ସବୁବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନ ପରିବର୍ତନ କରି ରହୁଥିଲେ । ସେମାନେ ଶେଷଥର ପାଇଁ କଲକାତାରେ ଲୁଚି ରହିଥିବା ସନେ୍ଦହ କରାଯାଇଥିଲା ।
ତେଣୁ ଓଡ଼ିଶା ଭିଜିଲାନ୍ସର ଏକ ଦଳ କଲକାତାରେ ସନ୍ଦିଗ୍ଧ ଆଡ୍ଡାଗୁଡ଼ିକ ଉପରେ ଚଢ଼ଉ କରିବା ଜାଣିପାରି ଦୁହେଁ ଗତକାଲି ରାତିରେ କଲକାତା ଛାଡ଼ି ଭଦ୍ରକର ଚରମ୍ପାସ୍ଥିତ ଏକ ହୋଟେଲରେ ଲୁଚି ରହିଥିଲେ ।
ଆଜି ଭୋରରେ ସେମାନଙ୍କୁ ଗିରଫ କରାଯିବା ସମ୍ଭବ ହୋଇଛି । ବର୍ତମାନ ସେମାନଙ୍କ ଜେରା କରାଯାଉଛି । ଉଳ୍ଲେଖଯୋଗ୍ୟ ଓଡ଼ିଶା ଭଜିଲାନ୍ସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତଙ୍କୁ ତାଙ୍କର ପିତା ତଥା ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ମହାନ୍ତି ସହଯୋଗ କରିଥିଲେ ।
ସେ ମାନବ ସମ୍ବଳ ପରିଚାଳନା ପ୍ରଣାଳୀ (ଏଚଏମଆରଏସ)କୁ ବେଆଇନ ଭାବେ ପ୍ରବେଶ କରିଥିଲେ । ସେ ୧୩ଜଣ ଅବସରପ୍ରାପ୍ତ ଶିକ୍ଷକ (ପେନସନଭୋଗୀ)ଙ୍କ ପରିଚୟପତ୍ରକୁ ଟାର୍ଗେଟ୍ କରିଥିଲେ ।
ଏହି ଅବସରପ୍ରାପ୍ତମାନଙ୍କୁ ଚାକିରିରେ ସକ୍ରିୟ ଭାବେ ଦେଖାଇବା ପାଇଁ ଜାଲିଆତି କରି ସେ ସେମାନଙ୍କ ନାମରେ ମାସିକ ପେନସନ ବିଲ୍ ପ୍ରସ୍ତୁତ କରିଥିଲେ । ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା ଯେ ନଭେମ୍ବର ୨୦୧୮ରୁ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ପ୍ରାୟ ଛଅବର୍ଷ ଧରି ଠକେଇ କରିଥିଲେ ।
ଗତକାଲି ଭିଜିଲାନ୍ସ ଆଇପିସିର ଧାରା ଅନୁଯାୟୀ ମାତୃପ୍ରସାଦ ମହାନ୍ତିଙ୍କୁ ଗିରଫ କରାଯାଇଥିବାବେଳେ ଆଜି ତାଙ୍କ ପିତାମାତାଙ୍କୁ ଗିରଫ କରାଯାଇଛି ।