ହର୍ମୁଜ ପ୍ରଣାଳୀରେ ଟୋଲ ଗେଟ ନିର୍ମାଣ ଯୋଜନା
ଇରାନ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକଠାରୁ ଏକ ସ୍ଥିର ଶୁଳ୍କ ଆଦାୟ କରିବାର ଯୋଜନା ଚାଲିଛି ।
ଏହାଦ୍ୱାରା ଏହି ପଥ ଦେଇ ଯାଉଥିବା ଜାହାଜଗୁଡ଼ିକରୁ ଯଥେଷ୍ଟ ପରିମାଣର ରାଜସ୍ୱ ସୃଷ୍ଟି ସମ୍ଭବ ।
ଏହି ଆୟ ଇରାନର ଘରୋଇ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଇସ୍ରାଏଲ ଏବଂ ଆମେରିକା ବିରୋଧରେ ଯୁଦ୍ଧ ଜାରି ରଖିବାରେ ସାହାଯ୍ୟ କରିବ ବୋଲି ଜଣେ ଇରାନୀ ପ୍ରଫେସର ତେହେରାନର ଏହି କଥିତ ଯୋଜନା ପ୍ରକାଶ କରିଛନ୍ତି ।
ତାଙ୍କ ବକ୍ତବ୍ୟ ଯେ ହର୍ମୁଜକୁ ଇରାନ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ଚାହେଁ । ପ୍ରଫେସର ତେହେରାନ ଏକ ଗଣମାଧ୍ୟମ ସାକ୍ଷାତକାରରେ ଦେଶର ପରିସ୍ଥିତି ଉପରେ ଆଲୋଚନା କରି କହିଛନ୍ତି ଯେ ଇରାନ ପ୍ରଥମେ ପ୍ରତିବନ୍ଧକ ଦ୍ୱାରା ଦୁର୍ବଳ ହୋଇଥିଲା ଏବଂ ବର୍ତମାନ ଏହାର ପ୍ରମୁଖ ସହରଗୁଡ଼ିକ ଉପରେ ପ୍ରବଳ ବୋମା ମାଡ଼ କରାଯାଉଛି ।
ଫଳସ୍ୱରୂପ ଇରାନ ହର୍ମୁଜ ପ୍ରଣାଳୀକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ବିଚାର କରୁଛି ।
ପ୍ରଫେସରଙ୍କ ବକ୍ୱବ୍ୟ ଅନୁସାରେ ଇରାନ କର୍ତୃପକ୍ଷ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ସମସ୍ତ ଜାହାଜ ଉପରେ ୧୦% ଟୋଲ ଲାଗୁ କରିବାକୁ ଯୋଜନା କରୁଛି । ଯାହାକି ଦେଶ ପାଇଁ ପ୍ରାୟ ୭୩ବିଲିୟନ ଡଲାର ଆୟ କରିବାରେ ସକ୍ଷମ ହେବ ।
ଯାହାଦ୍ୱାରା ଇରାନ ତାର ଅର୍ଥନୀତିକୁ ଆମେରିକୀୟ ପ୍ରତିବନ୍ଧକର ପ୍ରଭାବରୁ ମୁକୁଳିବାରେ ସାହାଯ୍ୟ କରିବ ।