ସିଆରପି ଛକ ନିକଟରେ ଅଗ୍ନିକାଣ୍ଡ
ଶୁକ୍ରବାର ଭୁବନେଶ୍ୱରର ସିଆରପି ଛକ ନିକଟ ମହାବୀର ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ଏହି ଭୟାବହ ଅଗ୍ନିକାଣ୍ଡରେ ମହାବୀର ମାର୍କେଟର ୧୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଅାଁକୁ ଆୟତ କରିଥିଲା ।
ମାତ୍ର ସେତେବେଳକୁ ଅନେକ ଦୋକାନ ପୋଡ଼ିଯାଇଥିବାବେଳେ ସେଥିରେ ଥିବା ଜିନିଷ ଓ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ତେବେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନେ୍ଦହ କରାଯାଉଛି ।