ତେଲ ଓ ଗ୍ୟାସ ଜଳାଉଛି ଇରାନ
ମିସାଇଲ ମାଡ଼ରେ ଜଳୁଛି କତାରର ଗ୍ୟାସ ଓ ତୈଳ ଭଣ୍ଡାର
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ୩ୟ ସପ୍ତାହରେ ପହଂଚିଛି । ଏଥିରେ ଉଭୟ ପକ୍ଷରୁ ବହୁ କ୍ଷୟକ୍ଷତି ହୋଇସାରିଲା ।
ଆମେରିକା-ଇସ୍ରାଏଲର ପ୍ରବଳ ଆକ୍ରମଣରେ ଇରାନ ଛାରଖାର ହୋଇସାରିଛି । ଏହି ଯୁଦ୍ଧରେ ଇରାନ ତା’ର ସର୍ବୋଚ ନେତା ଆୟୋତଲା ଖେମିନାଇ, ପ୍ରମୁଖ ସୁରକ୍ଷା ସଚିବା ଅଲୀ ହାରିଜାନିଙ୍କ ସମେତ ଆଇଆରଜିଏସ୍ର ବହୁ କମାଣ୍ଡର ପ୍ରାଣ ହରାଇସାରିଲେଣି ।
ଏହାକୁ ନେଇ ରକ୍ତମୁଖା ଇରାନ ତା’ର ପ୍ରତିଆକ୍ରମଣକୁ ଆହୁରି ପ୍ରବଳ କରିଛି । ଇରାନ ଏବେ କେବଳ ଯୁଦ୍ଧ କରୁନି ବରଂ ତୈଳ ଯୁଦ୍ଧ କରୁଛି । ଅର୍ଥାତ୍ ଇରାନ ଏବେ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ଯଥା ୟୁଏଇ, ବାହାରିନ, ଜୋର୍ଡାନ, ଅମାନ, କାତାରରେ ଥିବା ତୈଳକୂପ ଓ ଗ୍ୟାସ ଯୋଗାଣକାରୀ ଅନୁଷ୍ଠାନଗୁଡ଼ିକୁ ଟାର୍ଗେଟ କରି ମିସାଇଲ ମାଡ଼ ଚଳାଇଛି ।
ଫଳରେ ଇସ୍ରାଏଲ ସମେତ କତାର, କୁଏତ, ଓମାନ ଆଦି ଦେଶର ବିଭିନ୍ନ ସହରଗୁଡ଼ିକର ତୈଳ ଡିପୋ ଓ ଗ୍ୟାସ୍ ଡିପୋ ହୁ’ ହୁ’ ହୋଇ ଜଳୁଛି ।