ଆରମ୍ଭ ହେବ ଏଆଇ ଫର ଅଲ୍ ପାଠ୍ୟକ୍ରମ
କୃତ୍ରିମ ବୁଦ୍ଧିମତା (ଏଆଇ) ଶିକ୍ଷାକୁ ପ୍ରାଧାନ୍ୟ ଦିଆଯିବ । ଏହାକୁ ନେଇ ଉଚ୍ଚ ଶିକ୍ଷା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ବିଶେଷ କରି କଲେଜଗୁଡ଼ିକରେ ଏହି ଶିକ୍ଷା ପ୍ରତି ଗୁରୁତ୍ୱ ଦିଆଯିବ । ଉଚ୍ଚ ଶିକ୍ଷାନୁଷ୍ଠାନରେ ଏଆଇ ଫର ଅଲ୍ ପାଠ୍ୟକ୍ରମ ଆରମ୍ଭ ହେବ । ରମାଦେବୀ ବିଶ୍ୱବିଦ୍ୟାଳୟରେ ଏଆଇ ଆଣ୍ଡ ରବୋଟିକ ସେଂଟର ଅଫ୍ ଏକ୍ସଲେସନ ଖୋଲାଯାଇଛି ।
ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁରରେ କଳା ସ୍ମାତକୋତର ଦ୍ୱିତୀୟ ସେମିଷ୍ଟାରରେ ଏଆଇ ପାଠ୍ୟକ୍ରମ ପଢ଼ା ଯାଉଛି । ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଧାନସଭାରେ ଏହା ନେଇ ଲିଖିତ ଉତର ରଖିଛନ୍ତି ।
ସେହିପରି ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଂଟ ପ୍ରଫେସର ମରୁଡ଼ି ନେଇ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି । ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ୧୭ଟି ବିଶ୍ୱବିଦ୍ୟାଳୟରେ ୭୦୯ ଆସିଷ୍ଟାଂଟ ପ୍ରଫେସର ପଦ ଖାଲି ପଡ଼ିଛି । ୪୬୧ ଆସୋସିଏଟ ଓ ୨୬୪ ପ୍ରଫେସର ପଦ ପୂରଣ ହୋଇନି ।
ଅଣଶିକ୍ଷକ ନିଯୁକ୍ତି ସରକାରଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ୨୩୨୫ ଅଣଶିକ୍ଷକ ପଦ ପୂରଣ କରିବା ବାକି ଅଛି । ମନ୍ତ୍ରୀ କହିଛନ୍ତି ଯେ ବିଶେଷ କରି ଅତ୍ୟାଧୁନିକ ଯୁଗରେ ଏଆଇର ଗୁରୁତ୍ୱ ବଢ଼ିଛି, ତେଣୁ ଏଥିପ୍ରତି ଅଧିକ ନଜର ଦେବାର ବେଳ ଆସିଛି ।